MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କେନ୍ଦୁଝରରୁ ଗଡ଼ିବ ଓଡ଼ିଶାର ବିକାଶ ରଥ’

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, 'କେନ୍ଦୁଝରରୁ ଗଡ଼ିବ ଓଡ଼ିଶାର ବିକାଶ ରଥ'

କେନ୍ଦୁଝର ( ମୋ ଟିଭି ଓଡିଶା ) :

“କେନ୍ଦୁଝରର ବିକାଶର ରାସ୍ତା ଖୋଲିବ । କେନ୍ଦୁଝର ଜିଲ୍ଲାରୁ ହିଁ ଆରମ୍ଭ ହେବ ଓଡ଼ିଶା ବିକାଶର ରଥ । ମା’ କାଳୀଙ୍କ କୃପାରୁ କେନ୍ଦୁଝରର ପ୍ରଗତି ହେବ” ବୋଲି କେନ୍ଦୁଝର ଗସ୍ତର ଶେଷ ଦିନରେ ଆଜି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁନାର ଜିଲ୍ଲା ପାଲଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମମାଟି କେନ୍ଦୁଝର ଜିଲ୍ଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “କେନ୍ଦୁଝରର ସବୁଠାରୁ ବଡ଼ପର୍ବ କାଳୀପୂଜା । କେନ୍ଦୁଝରର ସର୍ବ ପୂରାତନ କାଳି ପଡ଼ିଆରେ ମା’ଙ୍କ ଦର୍ଶନ କଲି । ମା’ଙ୍କ ପାଖରେ କେନ୍ଦୁଝରବାସୀଙ୍କ ସୁଖ, ଶାନ୍ତି ସମୃଦ୍ଧି କାମନା କଲି । କେନ୍ଦୁଝରର କେମିତି ଉନ୍ନତି ହେବ ମା’ଙ୍କ ପାଖରେ ପ୍ରାର୍ଥନା କରିଛି । ମା’ ମୋତେ ଆଶୀର୍ବାଦ କରିଛନ୍ତି, ଓଡ଼ିଶାର ଦାୟିତ୍ବ ଦେଇଛନ୍ତି । ତେଣୁ ଓଡ଼ିଶାର ବିକାଶ ଓ ପ୍ରଗତି କେନ୍ଦୁଝରରୁ ଆରମ୍ଭ ହେବ । କେନ୍ଦୁଝର ପାଇଁ ବିକାଶର ରାସ୍ତା ଖୋଲି ଯାଇଛି । ବିଧାନସଭାରେ କେନ୍ଦୁଝର ପାଇଁ ଲଢେଇ କରୁଥିଲି ଓ ମା’ଙ୍କ ନିକଟରେ ପ୍ରାର୍ଥନା କରୁଥିଲି । ଆଜି ମା’ ମୋତେ ଓଡ଼ିଶାର ଓ କେନ୍ଦୁଝର ଦାୟିତ୍ବ ଦେଇଛନ୍ତି । ମା’ଙ୍କ ଆଶୀର୍ବାଦରୁ ବିକାଶ ହେବ । କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ମୋର ଯେଉଁ ଇଚ୍ଛା ଥିଲା ମା’ କାଳୀ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାହା ପୂରଣ ହେବ ।”

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।