MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ: ଆଜି ସନ୍ଧ୍ୟା ୫ରେ ସରିବ ପ୍ରଚାର

ମୋଟିଭି ଓଡିଶା : ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ମତଦାନ ଅନୁଷ୍ଠିତ ହେବ। ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪୩ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ।

ଖରିଆର ନିର୍ବାଚନ ମଣ୍ଡଳୀରେ ୭ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ନୂଆପଡା ୭, ଉମରକୋଟ ୪, ଝରିଗାଁ ୩, ନବରଙ୍ଗପୁର ୩, ଡାବୁଗାଁ ୩, ଲାଞ୍ଜିଗଡ ୮, ଜୁନାଗଡ ୬, ଧର୍ମଗଡ ୧୧, ଭବାନୀପାଟଣା ୧୧, ନର୍ଲା ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ l

ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୧୦, ଗୋପାଳପୁର ୧୦, ବ୍ରହ୍ମପୁର ୧୭, ଦିଗପହଣ୍ଡି ୧୩, ଚିକିଟି ୮, ମୋହନା ୭, ପାରଳାଖେମୁଣ୍ଡି ୧୦, ଗୁଣୁପୁର ୧୨, ବିଷମକଟକ ୮, ରାୟଗଡା ୧୦, ଲକ୍ଷ୍ମୀପୁର ୧୧, କୋଟପାଡ ୬, ଜୟପୁର ୧୧, କୋରାପୁଟ ୧୨, ପଟ୍ଟାଙ୍ଗୀ ୮, ମାଲକାନଗିରି ୬ ଏବଂ ଚିତ୍ରକୋଣ୍ଡା ୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧, ୮୯, ୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ମୋଟ ୭୨୮୯ଟି ବୁଥ୍ ଓ ୧୪ଟି ଅତିରିକ୍ତ ବୁଥ୍ ରହିଛି। ପୁଲିଂ ଅଧିକାରୀ ମତଦାନ ଗ୍ରହଣ ପାଇଁ ଆବଶ୍ୟକ ସାମଗ୍ରୀ ଧରି ବୁଥକୁ ଯିବେ। ମେ’ ୧୩ ତାରିଖ ସକାଳ ୭ଟା’ରେ ଭୋଟ ଗ୍ରହଣ କରାଯିବ। ଆଇନଶୃଙ୍ଖଳା ଏବଂ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।