ସରକାରକୁ ଆସିବା ପରେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ। ନିକଟରେ ଓଡ଼ିଶାରୁ ଫେରିଥିବା ବେଳେ ଜାନୁଆରୀରେ ପୁଣି ଦୁଇଥର ଆସିବେ ମୋଦି। ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଡିସେମ୍ବର ଶେଷ ସପ୍ତାହରେ ଦୁଇଦିନିଆ ଗସ୍ତରେ ଆସିବେ। ମୋଦି ଓ ଶାହଙ୍କ ଘନ ଘନ ଗସ୍ତ କାରଣ ହେଲା ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବା।
୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ। ନୂଆ ବର୍ଷରୁ ପଡ଼ିବ ବିକାଶର ଶିଳାନ୍ୟାସ। ପୂର୍ବୋଦୟ ବିକାଶରେ ଓଡ଼ିଶା ରହିଛି ଫୋକସ୍ରେ। ନିକଟରେ ଡିଜି ସମ୍ମିଳନୀ ଅବସରରେ ମୋଦି ଓ ଶାହ ତିନିଦିନ ଓଡ଼ିଶାରେ ରହିଥିଲେ। ସବୁଠୁ ବଡ଼ କଥା ହେଲା ମୋଦି ପ୍ରଥମ ଦିନ ନବୀନ ନିବାସ ସମ୍ମୁଖରେ ରାଜନୈତିକ ସଭା କରି କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ। ଏହାସହ ରାଜ୍ୟ କାର୍ଯ୍ୟାଳୟରେ ବି ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।