ଜାଡ଼ରେ ଥରୁଛି ଓଡ଼ିଶା । ୧୦ ଡିଗ୍ରୀ ତଳେ ୯ ସହର । ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠୁ ଥଣ୍ଡା । ୫ଦିନ ହେବ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ରବିବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଛି । ଗୁରୁବାର, ଶୁକ୍ରବାର ଦିନ ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ରହିଥିବା ବେଳେ ଶନିବାର ଦିନ ୪.୬ଡିଗ୍ରୀ ରହିଥିଲା।

ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଶୀତର ପ୍ରକୋପକୁ ଅଧିକ ବଢ଼ାଇ ଦେଉଛି। ଗତ ୪ବର୍ଷ ହେବ ଅନେକ ସମୟରେ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ରହି ଆସୁଥିବା ଯୋଗୁ ଜିଲା ପ୍ରଶାସନ ଜି. ଉଦୟଗିରିରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳନ କରିବ ପାଇଁ ବିଭିନ୍ନ ସଂଗଠନ ଦାବି କରୁଛନ୍ତି। ସେପଟେ ସିମିଳିଗୁଡ଼ାରେ ତାପମାତ୍ରା ୫.୯, ଫୁଲବାଣି ୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, କୋରାପୁଟ ୯.୪, ରାଉରକେଲାରେ ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନିପାଟଣା, ନବରଙ୍ଗପୁର ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।