MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୁବଶୀଘ୍ର ରାଜ୍ୟବାସୀ ପାଇବେ ନୂଆ ଡିଜିପି । 3 ବରିଷ୍ଠ IPSଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ଆସିଛି ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

ବଦଳିବେ ଓଡି଼ଶା ଡିଜିପି । ଅରୁଣ କୁମାର ଷଡଙ୍ଗୀଙ୍କ ପରେ କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ତାକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ୩ ବରିଷ୍ଠ ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ଆସିଛି । 1988 ବ୍ୟାଚ୍ IPS ଏ.କେ ରାୟ, 1989 ବ୍ୟାଚ୍ IPS ଏସ୍‌.ଏମ୍‌ ନରୱାଣେ ଓ 1990 ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ କ୍ୟାରିଅରର ସବିଶେଷ ତଥ୍ୟ ବା ବାୟୋଡାଟା ଦେବାକୁ ଗୃହ ବିଭାଗ ଚିଠି କରିଛି । ନିଜର ଏକାଡେମିକ ଆଚିଭମେଣ୍ଟ ସହ ବାୟୋଡାଟା ଗୃହ ବିଭାଗକୁ ଦେବା ପାଇଁ ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ ସମିତିକୁ ଏହି ବାୟୋଡାଟା ପଠାଯିବ । ଖୁରାନିଆ ବର୍ତ୍ତମାନ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ଡିଜିପି ପଦ ପାଇଁ ତାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି ।

ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ୱାଇ.ବି ଖୁରାନିଆ । ସେ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ୧୯୯୦ ବ୍ୟାଚ୍ IPS ୱାଇ.ବି ଖୁରାନିଆଙ୍କୁ ଶୁକ୍ରବାର ଓଡ଼ିଶା ପଠାଇ ଦେଇଛନ୍ତି କେନ୍ଦ୍ର ସରକାର । ଖୁରାନିଆ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ଜମ୍ମୁକଶ୍ମୀରରେ ବାରମ୍ବାର ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର IPS ୱାଇ.ବି ଖୁରାନିଆ ଙ୍କୁ ତାଙ୍କ ମୂଳ କ୍ୟାଡର୍‌ ଓଡିଶାକୁ ପଠାଇ ଦେଇଥିଲେ । ସେ ଓଡ଼ିଶା ଫେରିବା ପରେ ରାଜ୍ୟରେ ଡିଜିପି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପଦରେ ତାଙ୍କୁ ନିଯୁକ୍ତି ମିଲିବା ନେଇ ଅଧିକ ଚର୍ଚ୍ଚାରେ ରହିଛି ।

IPS ୱାଇ.ବି ଖୁରାନିଆ: ଖୁରାନିଆ ବର୍ତ୍ତମାନ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ରହିଛନ୍ତି । ପୂର୍ବରୁ ସେ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିଶନର ମଧ୍ୟ ରହିଛନ୍ତି । IPS ଏସ୍‌.ଏମ୍‌ ନରୱାଣେ: 1988 ମସିହାର ଆଇପିଏସ ଅଫିସର ହେଉଛନ୍ତି ଏସ୍‌.ଏମ୍‌ ନରୱାଣେ। ବର୍ତ୍ତମାନ ସେ ଏସ୍‌.ଏମ୍‌ ନରୱାଣେ ଗୃହ ବିଭାଗର ଓଏସଡି ରହିଛନ୍ତି । IPS ଏ.କେ ରାୟ: 1988ର ଆଇପିଏସ ଅଫିସର ହେଉଛନ୍ତି ଏ.କେ ରାୟ । ବର୍ତ୍ତମାନ ସେ ପ୍ରିଣ୍ଟିଂ ଷ୍ଟେସେନାରୀ ଆଣ୍ଡ ପବ୍ଲିକେସନ ନିର୍ଦ୍ଦେଶକ ରହିଛନ୍ତି ।

ବର୍ତ୍ତମାନ ଓଡିଶାର ଡିଜିପି ରହିଛନ୍ତି ଆଇପିଏସ ଅରୁଣ ଷଡଙ୍ଗୀ । ବିଜେଡି ସରକାର ସମୟରେ 2023 ଡିସେମ୍ବର 31 ତାରିଖରେ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୋଲିସ ଡିଜି ଭାବେ ଅସ୍ଥାଯୀ ଦାୟିତ୍ବ ନ୍ୟସ୍ତ କରିଥିଲେ । ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ପରେ ସରକାର ବଦଳିଛି । ବିଜେପି ସରକାର ରାଜ୍ୟରେ ସରକାର ଗଠନ କରିଥିବା ବେଳେ ଗତ 7 ମାସ ହେଲା ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଆଇପିଏସ ଅରୁଣ ଷଡଙ୍ଗୀ । ଏବେ ଏହି ପଦରେ ସ୍ଥାୟୀ ନିଯୁକ୍ତି ହୋଇପାରେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।