ଆଜି ଓଡିଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ଖୋର୍ଦ୍ଧା ଆରକ୍ଷୀ ବାହିନୀର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ , ଏଠାରେ ଉପସ୍ଥିତ ଥିବା ସମସ୍ତ ସମ୍ମାନୀୟ ଅତିଥ୍ ସାମ୍ବାଦିକ ବନ୍ଧୁ ଏବଂ ଅବସର ପ୍ରାପ୍ତ ପୋଲିସ ବନ୍ଧୁ ମାନଙ୍କୁ ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଏଠାରେ ଉପସ୍ଥିତ ଥିବାରୁ ସେମାନଙ୍କୁ ହାର୍ଷିକ ସମ୍ବଦ୍ଧନା ଜ୍ଞାପନ କରୁଅଛି, ଆପଣମାନେ ସମସ୍ତେ ଜାଣନ୍ତି ଏପ୍ରିଲ ୧ ତାରିଖ କେବଳ ପୋଲିସ ବିଭାଗ ନୁହେଁ ବରଂ ସମସ୍ତ ଓଡିଶା ବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିବସ ।
କାରଣ ଆଜକୁ ଠିକ ୮୮ ବର୍ଷ ପୂର୍ବେ ତତକାଳୀନ ଓଡିଶାର ବରେଣ୍ୟ ନେତା ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ, ଉତ୍କଳ ଗୌରବ ମଧୁସୂଦନ ଦାସ , ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ଏବଂ ଅନ୍ୟାନ୍ୟ ବରେଣ୍ୟ ନେତା ମାନଙ୍କର ପ୍ରଚେଷ୍ଟାରେ ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ଏକ ସ୍ବତନ୍ତ୍ର ପ୍ରଦେଶରେ ମାନ୍ୟତା ପାଇଲା ଏବଂ ସେହି ଦିନଠାରୁ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଓଡିଶା ପୋଲିସ ଏହାର ଦାୟିତ୍ଵ ତୁଲାଇବାକୁ ଆରମ୍ଭ କରିଥିଲା ।ଅପରାଧୀକରଣ, ଅରାଜକତା ତଥା ଆଇନ ଶୃଙ୍ଖଳା ପରିସ୍ଥିତିର ହାର ଦ୍ରୁତ ବୃଦ୍ଧି ପାଇଥିଲେ ମଧ୍ୟ ପୋଲିସ ବାହିନୀକୁ ବେତାର, ଯାନବାହନ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇ ପୋଲିସ ବାହିନୀର ମନୋବଳ ସାଙ୍ଗକୁ ମାନବୃଦ୍ଧି କରାଯାଇଛି ।ଜିଲ୍ଲା ପୋଲିସରେ କାର୍ଯ୍ୟରତ କେତେକ କର୍ମଚାରୀ ଉଲେଖନୀୟ କାର୍ଯ୍ୟ କରି ଆଜିର ଦିବସରେ ଖୋର୍ଦ୍ଧା ଏସପିଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ପାଇ ସମ୍ମାନୀତ ହୋଇଛନ୍ତି
More Stories
ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ ।
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ।
ଖାଲି ଆଖିରେ ଦେଖିହେବ ୪ଟି ଗ୍ରହ।