ମୋ ଟିଭି ଓଡିଶା / ଭୁବନେଶ୍ବର: ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ ମନୋଜ ଆହୁଜା । ୧୯୯୦ ବ୍ୟାଚର ଆଇଏଏସ ହେଉଛନ୍ତି ମନୋଜ ଆହୁଜା । ବର୍ତ୍ତମାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି ମନୋଜ ଆହୁଜା । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଞ୍ଜୁରୀ ହୋଇଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରୀ ଦେଇଛି କ୍ୟାବିନେଟ । ତେବେ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହେବ ବୋଲି ଜଣାପଡ଼ିଛି । ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ତେବେ ଜୁନ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ମନୋଜ ଆହୁଜା ଙ୍କୁ ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ନହେଲେ CMO ରେ ଦାୟିତ୍ଵ ମିଳିପାରେ । ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି ମନୋଜ । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଲା କ୍ୟାବିନେଟ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।