ଟ୍ରାଙ୍କୁଲାଇଜ କରି ଜିନ୍ନତକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଅଣାଯିବ । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। ଶିମିଳିପାଳରୁ ୧୦ତାରିଖରେ ଝାଡ଼ଖଣ୍ଡ ଏବଂ ତାପରେ ୧୯ ତାରିଖରେ ପଶ୍ଚିମବଙ୍ଗ ପଳାଇଛି ବାଘୁଣୀ ଜିନ୍ନତ । ମହାବଳର ଗତିବିଧି ଉପରେ ନଜର ରଖିଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଠିକଠାକ୍ ଥିବା ନେଇ ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି। ୧୦ ଦିନରୁ ଅଧିକ ସମୟ ହେଲାଣି କିନ୍ତୁ ଶିମିଳିପାଳକୁ ଫେରୁନି ବାଘୁଣୀ ଜିନ୍ନତ । ଏବେ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲରେ ବୁଲୁଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।