MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

OLA ବ୍ୟାଟେରୀ ଚାଳିତ ସ୍କୁଟି ଜଳିବା ସହ ଅନ୍ୟ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ଜଳି ପାଉଁଶ


ସରକାରୀ ମହାବିଦ୍ୟାଳୟ ରୋଡ ରେ ଥିବା ଜଣକ ଘରର OLA ବ୍ୟାଟେରୀ ଚାଳିତ ସ୍କୁଟି ଜଳିବା ସହ ଅନ୍ୟ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ଜଳି ପାଉଁଶ ହୋଇଯାଇଛି ।


ସୋମବାର ସକାଳ 7 ଟା ବେଳକୁ ଏହି ଘଟଣା ନେଇ ସାରା ସହରରେ ବ୍ୟାଟେରୀ ଗାଡ଼ି ଚଳାଉଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି । ଗତ କାଲି ବିଳମ୍ବିତ ରାତିରେ ସରକାରୀ ମହାବିଦ୍ୟାଳୟ ରୋଡ ରେ ଥିବା ମିତ୍ରଭାନୁ ପଟେଲଙ୍କ ଘରେ ଘଟିଛି ଏହି ଦୁଃଖଦ ଘଟଣା। ତାଙ୍କର ଏକ OLA ବ୍ୟାଟେରୀ ଚାଳିତ ସ୍କୁଟି ଜଳିବା ସହ ଅନ୍ୟ ଚାରୋଟି ବାଇକ ଓ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି। ଏପରିକି ଘରର ଛାତ ରୁ କୋଲା ଛାଡ଼ି ଯାଉଛି। ତେବେ ଏହି ଘଟଣାରେ ତାଙ୍କ ପରିବାର ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ।

ତେବେ ଗତ କାଲି ରାତି 9:30 ମିନିଟ୍ ରୁ 11 ଟା ଭିତରେ ଏହି ଘଟଣା ଘଟି ଚାଲିଥିଲା ବୋଲି ଘର ମାଲିକ କହିଛନ୍ତି । ଭିତରୁ ତାଲା ଦିଆ ଯାଇଥିବାରୁ ଏବଂ ସାରା ଘର ଧୁଆଁ ହୋଇଯାଇଥିବାରୁ କେହି ଘରୁ ବାହାରି ପାରି ନ ଥିଲେ କିମ୍ୱା ବାହାରୁ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରି ପାରି ନ ଥିଲେ। ତେବେ ଅଗ୍ନିଶମ ବିଭାଗ ଅଧିକାରୀ ଭ୍ରମରବର ସେଠ ଓ ତାଙ୍କ ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

ସୁନ୍ଦରଗଡ଼ ରୁ ଦେବେନ୍ଦ୍ର କୁମାର ଭିତ୍ରିଆ ଙ୍କ ରିପୋର୍ଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।