କଳାହାଣ୍ଡି:୧୨/୦୮(ସନତ ପ୍ରଧାନୀ) :
କଳାହାଣ୍ଡି ଜିଲ୍ଲା କୋକସରା ଫରେଷ୍ଟ ସେକ୍ସନ ଅଧିନ ରେ ଥିବା କନ୍ଦାବୁଟ୍ରା ଗ୍ରାମ ର ଜଣେ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦) ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ଆଜି ସକାଳୁ ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ କେନାଲ ନିକଟରେ ଦୁଇ ଗୋଟି ଭାଲୁ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ବୃଦ୍ଧ ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ ରୁ ବୃଦ୍ଧ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଗୁରୁତର ଙ୍କୁ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ପରିବାର ଲୋକେ ଫରେଷ୍ଟ କର୍ମଚାରୀ ଙ୍କୁ ଖବର ଦେବାପରେ ମଧ୍ୟ କୌଣସି କର୍ମଚାରୀ ପହଞ୍ଚି ନଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।