MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭତରା ସମାଜ ପକ୍ଷରୁ ଭୈରବ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା।


ମୋଟିଭି ଓଡିଶା / କଳାହାଣ୍ଡି:୧୧/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଭୈରବ ଦେବ ମନ୍ଦିର ପରିସରରେ ମଙ୍ଗଳବାର ଭତରା ସମାଜ ପକ୍ଷରୁ ଇଷ୍ଟଦେବ ଭୈରବ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଭତରା ସମାଜର ଆରାଧ୍ୟ ଦେବତା ଭୈରବ ଦେବ ଓ ଦେବୀ ଦନ୍ତେଶ୍ୱରୀଙ୍କ ପୂଜାର୍ଚ୍ଚନା ଗ୍ରାମ ପୁଜକ କରିବା ପରେ ସମାଜିକ ପତାକା ଉତ୍ତୋଳନ ହୋଇଥିଲା। ଏହି ଅବସର ରେ ସ୍ୱାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବାର୍ଷିକ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଭତ୍ରା ସମାଜରୁ ଲାଞ୍ଜିଗଡ଼ ବିଧାୟକ ଭାବେ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିବା ପ୍ରଦୀପ କୁମାର ଦିଶାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି।

ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ସମାଜରେ ଶିକ୍ଷା, ସାମାଜିକ ପ୍ରତିଷ୍ଠା, ନାରୀ ଶିକ୍ଷା ଓ ଶଶକ୍ତି କରଣ, କୃଷି କ୍ଷେତ୍ରରେ ଆଗକୁ ବଢ଼ିବା ଓ ବିଭିନ୍ନ ଦିଗକୁ ନେଇ ନିଜର ମତ ରଖିବା ସହ ସମାଜରେ ଶୃଙ୍ଖଳା ସହ ଶିକ୍ଷା ଉପରେ ଗୁରୁତ୍ୱ ଦେବାସହ କୁସଂସ୍କାରରୁ ଦୁରେଇ ରହିବାକୁ ପରାମର୍ଶ ଦେଉଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା କର୍ମଚାରୀ ସଂଘର ସଭାପତି ଇଂ. ତ୍ରୁପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଭତରା ସମାଜ ର ଜିଲ୍ଲା ନୀଳକଣ୍ଠ ମାଝୀ, ଘନଶ୍ୟାମ ନାଏକ, ବୃନ୍ଦାବନ ପୁଝାରି, ସୁଶାନ୍ତ ମାଝୀ, ବିନୋଦ ମାଝୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମାଟ୍ରିକ ଓ ଯୁକ୍ତ ଦୁଇ ରେ ସଫଳତା ଅର୍ଜନ କରିଥିବା ସମାଜର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଛି। ଜିଲ୍ଲା ଭତରା ସମାଜର ସାଧାରଣ ସମ୍ପାଦକ ଋତୁରାଜ ମାଝୀ ମଞ୍ଚ ସଂଯୋଜନା କରିଥିଲେ। ଆଞ୍ଚଳିକ ଭତରା କମିଟି ପକ୍ଷରୁ ଭୁବନେଶ୍ୱର ଦିଶାରୀ, ସୁଧିର ଧଙ୍ଗଡ଼ା ମାଝୀ, ହିମାଞ୍ଚଲ ପୁଝାରି, ପରମେଶ୍ୱର ଧ.ମାଝୀ, ନରେନ୍ଦ୍ର ଧ. ମାଝୀ, ବନ ଦଣ୍ଡସେନା, ନିତ୍ୟା ମାଝୀ,  କ୍ଷୀରୋଦ ମାଝୀ, ମଦନ ମାଝୀ ସମେତ ଶିଉନି ଗ୍ରାମ ଓ କୋକସରା ବ୍ଲକ ଅଞ୍ଚଳର ଭତରା ସମାଜର ନାରୀ କମିଟିର ଶତାଧିକ ସଦସ୍ୟା ଓ ୩ ହଜାରରୁ ଉର୍ଦ୍ଧ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।