କଳାହାଣ୍ଡି୨୭ା୧୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସ୍ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫ ଶହ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସ୍ଆଇ ଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।