February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।


ଓଡିଶାର ସର୍ବ ବୃହତମ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭୂଷଣ୍ଡପୁରରେ 300 ବର୍ଷ ପୁରୁଣା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀ ରାଧାମାଧବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସହିତ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଛି। ମହୋତ୍ସବ ସାତଦିନ ଧରି ଚାଲିବ ଆଜି ଜଗନ୍ନାଥ ମହୋତ୍ସବ ର ଷଷ୍ଠ ଦିନରେ ପହଞ୍ଚିଛି।

ଆଜି ମହାପ୍ରଭୁଙ୍କ ନିକଟରେ ମହାଯଜ୍ଞ, ମହାପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସହିତ ମନ୍ଦିରରେ ବିଗ୍ରହ ସ୍ଥାପନା ହୋଇଛି।ଶ୍ରୀ ଜଗନ୍ନାଥ ଚେତନା ଶ୍ରୀ ଜଗନ୍ନାଥଙ୍କ ପରାମ୍ପରା ପ୍ରଥା ଓ ଗାଥାର ବ୍ୟାପକ ପ୍ରଚାରପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ମହୋତ୍ସବ କମିଟି ପକ୍ଷରୁ ଭୂଷଣ୍ଡପୁର ଠାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଛି।ଶ୍ରୀ ଜଗନ୍ନାଥ ମହୋତ୍ସବ କମିଟି ପକ୍ଷରୁ ଷଷ୍ଠ ଦିନରେ ଓଡିଶାର ବିଶିଷ୍ଟ ବକ୍ତା ମାନେ ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା ଓ ଜଗନ୍ନାଥ ଚେତନା, ସଂସ୍କୃତି ଉପରେ ପ୍ରବଚନ ପ୍ରଦାନ କରିଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଶୁଣିବା ପାଇଁ ଆଖପାଖ ୮/୧୦ଖଣ୍ଡ ଗ୍ରାମପଞ୍ଚାୟତ ରୁ ହଜାର ଲୋକ ଉପସ୍ଥିତ ହୋଇ ପ୍ରବଚନ ଶୁଣିଥିଲେ। ସ୍ଥାନୀୟ ଅଂଚଳର ହଜାର ହଜାର ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ୨୪ବେଶ ଦର୍ଶନ କରିଛନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବତିଶିବେଶ ଦର୍ଶନ, ଛପନ ଭୋଗ ଓ ବସ୍ତ୍ର ବିନ୍ୟାସ କାର୍ଯ୍ୟକ୍ରମ ମହୋତ୍ସବ ପଡିଆରେ ଖୁବ ସୁନ୍ଦର ଭାବରେ ଆୟୋଜନ କରାଯାଇଛି। ଜଗନ୍ନାଥ ମହୋତ୍ସବ ପଡିଆରେ ହଜାର ହଜାର ଲୋକ ଉପସ୍ଥିତ ହୋଇ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି।

ପୂର୍ବ କାଳରୁ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଭୂଷଣ୍ଡପୁର, ଚିଲିକା ସହିତ ନିବିଡ ସଂମ୍ପର୍କ ଅଛି। ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ବାଡଗ୍ରାହୀ ମହୋତ୍ସବ ରେ ଯୋଇଦେଇଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ସ୍ଥାନୀୟ ଅଂଚଳର ଲୋକମାନେ ଜଗନ୍ନାଥ ମହୋତ୍ସବରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିବାରୁ ଆୟୋଜକ କମିଟିର ଆବାହକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ମୋ ଟିଭି ଓଡିଶା, ଟାଙ୍ଗୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।