January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଳାହାଣ୍ଡି ଉତ୍ସବ ଶେଷ ଦିନରେ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ।


କଳାହାଣ୍ଡି:୧୮/୦୧(ସନତ ପ୍ରଧାନୀ)

କଳା ସଂସ୍କୃତି ଓ ପରମ୍ପରାର ମହାକୁମ୍ବ ‘କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫’ର ତୃତୀୟ ସନ୍ଧ୍ୟାରେ ନାଚ ଗୀତରେ ଦୁକୁକିଲା ଧର୍ମଗଡ଼ ଉତ୍ସବ ମଞ୍ଚ । ଉଦଜାପନୀ ଉତ୍ସବର ଅଧ୍ୟକ୍ଷ ଧୀମାନ ଚକମା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଓଡିଶା ସରକାର ଙ୍କ ମାନ୍ୟବର କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ ଯୋଗଦେଇ ଥିଲେ ।

ଏନେଇ ଅତିଥିମାନେ କହିଥିଲେ କଳାହାଣ୍ଡି ଉତ୍ସବ ଏହା କେବଳ ଏକ ଉତ୍ସବ ନୁହେଁ ଏହା ଆମ ପାଇଁ ଏକ ପର୍ବ । ଏହି ପରିପ୍ରେକ୍ଷୀରେ “କଳାଝରଣ” ବହି ର ଉନ୍ମୋଚନ କରିଥିଲେ ମଞ୍ଚରେ ଥିବା ଅତିଥି ମାନେ । ପ୍ରତ୍ୟକ ବର୍ଷ ଆମେ ଅପେକ୍ଷା କରି ରହି ଥାଉ ଯେ କଳାହାଣ୍ଡି ଉତ୍ସବ କେବେ ଆସିବ ବୋଲି କାରଣ ଆମ କଳା ସଂସ୍କୃତି ସଙ୍ଗେ ସଙ୍ଗେ ଅନ୍ୟ ରାଜ୍ୟର ମଧ୍ୟ କଳାକୁ ଦେଖିବାର ଏକ ସୁଜୋଗ ମିଳିଥାଏ । ବହୁତ ସୁନ୍ଦର ସାଜଶଯ୍ୟା ମଧ୍ୟରେ ବହୁତ ଖୁସି ଅନୁଭବ ହେଉଛି ବୋଲି ସେ ପ୍ରକାଶ କରିଥିଲେ “। ଏନେଇ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ,” ଓଡ଼ିଶାର ଐତିହ୍ୟ ପରମ୍ପରା ଓ ଓଡ଼ିଶାର ଅସ୍ମିତାର କଥା ଆମେ କହୁଛୁ ମୋର ଯେଉଁ ସୌଭାଗ୍ୟ ମିଳିଛି ରାଜ୍ଯ ଭିତରେ ଏବଂ ବାହାରେ କଳା ସଂସ୍କୃତି ଦେଖିବା ପାଇଁ ମତେ ଲାଗୁଛି ସବୁ ଜିଳ୍ଲାର କଲା ସଂସ୍କୃତି ଭିତରୁ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରା ବୋଧହୁଏ ସର୍ବତ୍ତୋମ ହେବ ।

କେବଳ ରାଜ୍ଯ ନୁହେଁ ଭାରତ ବର୍ଷର ସଂସ୍କୃତି ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ କଳାହାଣ୍ଡିର ଭୂମିକା ଅତୁଳନୀୟ ।’’ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଭବାନୀପାଟଣା ର ମାଲହର,ଫୋକ ଡ୍ୟାନ୍ସ, ସୁହାଗପୁର ର ବଜାସାଲ, ଝାରଖଣ୍ଡର ମୟୂରୀ, ଖୋର୍ଦ୍ଧା ର ପାଇକ ଆଖଡା, ହରିୟାଣାର ଫଗ ଡ୍ୟାନ୍ସ, ପଞ୍ଜାବର ଭଙ୍ଗଡ଼ା, ପରିଶେଷରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କ ଗୀତରେ ଦର୍ଶକ ମତୁଆଲା ହୋଇ ଝୁମି ଉଠିଥିଲେ ।

Latest news