ଖୋର୍ଦ୍ଧା – ହିନ୍ଦୁ ଧର୍ମରେ ଓଡ଼ିଶାର ୧୨ମାସରେ ତେର ପର୍ବ। ସେଥିମଧ୍ୟରୁ ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅନ୍ୟତମ। ହିନ୍ଦୁ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ନିରାକାରପୁର ଠାରେ ପ୍ରତିଷ୍ପିତ ଶ୍ରୀରାମ ମନ୍ଦିର ହୋଇଛି ଚଳଚଞ୍ଚଳ।
ଆଜି ଅପରାହ୍ନ ରେ ନିରାକାରପୁର ଆଚଂଳିକ ହିନ୍ଦୁ ସଂଗଠନ ର ସଭାପତି ପ୍ରସାଦ କୁମାର ଦାଶଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଅନୁଷ୍ଠିତ ହୋଇଛି।୧୬ନମ୍ବର ଜାତୀୟ ର ଜପଥ ରାମେଶ୍ୱର ଛକ ନିକଟରୁ ହିନ୍ଦୁ ସଂଗଠନ ର ଶତାଧିକ କାର୍ଯ୍ୟକର୍ତ୍ତା ମାନେ ହାତରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ବାଲି ପତାକା ଧରି ଏକ ବିରାଟ ଶୋଭାଯାତ୍ରା ବାଜା ବଜାଇ ବାଣ ଫୁଟାଇ ଡିଜେ ବାଜାର ତାଳେତାଳେ ହିନ୍ଦୁ ସଂଗଠନ ର ସଦସ୍ୟ ମାନେ ନାଚିଥିଲେ।
ଶୋଭାଯାତ୍ରା ରାମେଶ୍ୱର ଛକ ଠାରୁ ବାହାରି ନିରାକାରପୁର ନିଳକଣ୍ଠେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲେ ଏବଂ ସେଠାରୁ ର ଲି ବାହାରି ଶ୍ରୀରାମ ମନ୍ଦିର ଠାରେ ପହଞ୍ଚି ଥିଲା।ଶ୍ରୀରାମ ମନ୍ଦିର ଠାରେ ୧୦୮ହନୁମାନ ଚାଳିଶା ପଠନ କରାଯାଇଥିଲା।ଶ୍ରୀରାମ ମନ୍ଦିର ପରିସର ରାମନାମ ହନୁମାନ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା।ଶ୍ରୀରାମ ମନ୍ଦିର ପରିସରରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ଶେଷରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।