February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତୃତୀୟ ସଂନ୍ଧ୍ୟା ରେ ଭୂଷଣ୍ଡପୁର ରେ ଶ୍ରୀଜଗନ୍ନାଥ ମହୋତ୍ସବ

ଟାଙ୍ଗୀ : ୨୬/୧୧ :

ଟାଙ୍ଗୀ ବ୍ଲକ ଅଧିନସ୍ଥ ଭୂଷଣ୍ଡପୁର ଠାରେ ଚାଲିଥିବା ଶ୍ରୀଜଗନ୍ନାଥ ମହୋତ୍ସବ ତୃତୀୟ ସଂନ୍ଧ୍ୟା ଏକ ମନୋଞ୍ଜ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ଆଜି ସୂର୍ଯ୍ୟ ପୂଜା, ଧେନୁ ପୂଜା, ସାଲା ପୂଜା, ଅଗ୍ନିସ୍ଥାପନ ପୂଜା ଇତ୍ୟାଦି ବିଧିବିଧାନ ଅନୂସାରେ ଅନୁଷ୍ଠିତ ହୋଇଥିଲା।

ଏହି ମହୋତ୍ସବ କୁ ଉପଭୋଗ କରିବା ପାଇଁ ଆଖପାଖ ପ୍ରାୟ ୨୦ ଟିରୁ ଅଧିକ ପଞ୍ଚାୟତ ର ଜନସାଧାରଣଙ୍କ ଦେଖିବାକୁ ମିଳୁଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନ ପଡିଥିବା ରୁ ମହୋତ୍ସବ ପଡିଆ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳୁଛି। ତୃତୀୟ ଦିବସରେ ମଧ୍ୟ ଶହଶହ ମତ୍ସ୍ୟଜୀବୀ ଏହି ଶ୍ରୀଜଗନ୍ନାଥ ମହୋତ୍ସବ କୁ ପବିତ୍ରତା ମଧ୍ୟରେ ବାନ୍ଧି ହୋଇ ରହିବା ପାଇଁ ଚିଲିକାରୁ ମାଛ ଧରିବା, ମଦ୍ୟ ପାନ ଏପରିକି ମଦ ଦୋକାନ ମଧ୍ୟ ବନ୍ଦ ରହିଥିବାରୁ କୌଣସି ବିଶୃଙ୍ଖଳା ହୋଇନଥିବା ଜଣାପଡିଛିା ଏହି ଉତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୋଳି ପ୍ରମୁଖ ଭୂମିକା ନେଇଥିବା ବେଳେ ଅଧିକ ସରସ ସୁନ୍ଦର କରିବା ପାଇଁ ଭୂଷଣ୍ଡପୁର ସରପଞ୍ଚ ସୌରଭ ଦାସ ମହାପାତ୍ର, ସମାଜସେବୀ ଡଃ ସଂଜୟ ପଟନାୟକ, ବିଜୟ ବାବା, ରବିନ୍ଦ୍ର ସାମନ୍ତରାୟ, ପ୍ରଦିପ୍ ବେହେରା, ଦେବେନ୍ଦ୍ର ବେହେରା, ଧିରେନ୍ଦ୍ର ବେହେରା, ଲକ୍ଷ୍ମୀଧର ବେହେରା, ଅଜୟ ବେହେରା, ଦେବେନ୍ଦ୍ର ପାତ୍ର, ସନ୍ତାପ ପାତ୍ର, ବାସୁଦେବ ମହାରଣା, ପୂର୍ବତନ ସରପଞ୍ଚ ତ୍ରିନାଥ ବେହେରା, ରଥଯାତ୍ରା କମିଟି ସଭାପତି ହୁଲ୍ଲାସ ବେହେରା, ବିରଞ୍ଚି ପ୍ରଧାନ ଙ୍କ ସମେତ ଅଞ୍ଚଳର ବୁଦ୍ଧିଯିବି, କମିଟି ସଭ୍ୟ ସ୍ଥାନିୟ ଜନସାଧାରଣ ସାହାଯ୍ୟ ସହଯୋଗ ରେ ଏହି ମହୋତ୍ସବ ଶୃଙ୍ଖଳା ର ସହ ତୃତୀୟ ସଂନ୍ଧ୍ୟାରେ ପହଞ୍ଚିଛି।

ତେବେ ଏହି ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ର ଶ୍ରେୟ ଦେବା ପାଇଁ ପ୍ରତିଦିନ ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହେରା ଙ୍କ ସମେତ ଭୂଷଣ୍ଡପୁର ଟାଂଗୀ ପୋଲିସ ଙ୍କ ଭୂମିକା ସ୍ବାଗତଯୋଗ୍ୟ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।