ଦାରିଙ୍ଗବାଡି,୨୧/୪( ସୁଶାନ୍ତ କୁମାର ସାହୁ) :
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଗୋଷ୍ଠୀ ସଙ୍ଘର୍ଷରେ ୬ ଜଣ ଗୁରୁତର ଆହାତ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସମ୍ପର୍କୀୟ ଲୋକେ । ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିର ଅସରଫ୍ ଓ ଆଲ୍ଲା ଉଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜାଗାବାଡ଼ିକୁ ନେଇ କଳହ ଲାଗି ରହିଥିଲା । ଉଭୟେ ସମ୍ପର୍କରେ ମାମୁଁ ଭଣଜା ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନରୁ ଲାଗି ରହିଥିବା କଳହ ଗତକାଲି ଉଗ୍ର ରୂପ ନେଇଥିବା ବେଳେ ଅସରଫ୍ ଆଲ୍ଲା ଉଦ୍ଦିନ୍ଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।