ଖୋର୍ଦ୍ଧା ( ମୋ ଟିଭି ଓଡିଶା ) : ଖୋର୍ଦ୍ଧା ଜଂକିଆ ଥାନା ବାଲିଗାଡିଆରେ ଅଘଟଣ।ବିଲରେ କାମ କରୁଥିବା ବେଳେ ବଜ୍ରପାତ।ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ଅନ୍ୟଜଣେ ଶ୍ରମିକ ଗୁରୁତର।

ମୃତକ ଜଣଙ୍କ ଜଂଟଣୀ ବଡତୋଟା ଗ୍ରାମର ପ୍ରତାପ ଦେହୁରୀ। ସେ ଦିର୍ଘଦିନ ହେବ ଜଂକିଆ ଅଂଚଳରେ ରହି ଶ୍ରମିକ ଭାବରେ କାମ କରୁଥିଲେ। ସୂଚନାରୁ ଜଣାପଡିଛି ବାଲିଗାଡିଆ ରେ ଆଜି ମଧ୍ୟାହ୍ନ ରେ ତିନିଜଣ ଶ୍ରମିକ ବିଲକୁ ଯାଇ ବିଲରେ କାମ କରୁଥିଲେ।

ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ପ୍ରତାପ ଘଟଣା ସ୍ଥଳରେ ଟଳି ପଡି ମୃତ୍ୟୁ ବରଣ କରିଥିଲେ। ସାଥିରେ ଥିବା ଅନ୍ୟଜଣେ ଶ୍ରମିକ କାଳୁ ନାୟକ ଗୁରୁତର। ଗୁରୁତର କାଳୁକୁ ୧୦୮ଆମ୍ବୁଲାନ୍ସ ରେ ଖୋର୍ଦ୍ଧା ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।