January 30, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶୀତଳ ଭଣ୍ଡାର ଉଦଘାଟନ ଭଣ୍ଡୁର।

ଖୋର୍ଦ୍ଧା ( ମୋ ଟିଭି ଓଡିଶା ) : ଶୀତଳ ଭଣ୍ଡାର ଉଦଘାଟନ କୁ ବିରୋଧ।ଉଦଘାଟନ ହେଲା ଭଣ୍ଡୁର।ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର ମଣ୍ଡଳୀ ୨୪ନମ୍ବର ଜିଲ୍ଲା ପରିଷଦ ଜୋନର ସିକଲୀଲା ସ୍ୱାଇଁ ସରପଞ୍ଚ,ହଜ ଓ ଶଗଡଭଗାଂ ଗ୍ରାମପଞ୍ଚାୟତ ରେ ତତ୍କାଳୀନ ସରକାର ତିନ ଶୀତଳ ଭଣ୍ଡାର କରିବା ପାଇଁ ୧୦.୫୦.୦୦୦ ଟଙ୍କା ଅନୁଦାନ ଦେଇଥିଲେ ଏବଂ ସରପଞ୍ଚ ପାଣ୍ଠିରୁ ଅନୁଦାନ ୪,୫୦,୦୦୦ ଟଙ୍କା ଖର୍ଚ୍ଚ କରି ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ସରିଥିଲା। ନିର୍ବାଚନ ଆଚରଣବିଧି ଯୋଗୁଁ ନାହିଁ ର୍ମାଣାଧିନ ଶୀତଳ ଭଣ୍ଡାର ଉଦଘାଟନ ହୋଇ ପାରିନଥିଲା। ଏବେ ରାଜ୍ୟରେ ବିଜେପି ସରକାର ଅଛି।ଆଜି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ଏହି ତିନୋଟି ଗ୍ରାମପଞ୍ଚାୟତ ରେ ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାର ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା ।

ଏହି ଉଦଘାଟନ କାର୍ଯ୍ୟକ୍ରମ କୁ ସ୍ଥାନୀୟ ତିନୋଟି ଗ୍ରାମପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ସ୍ଥାନୀୟ ବେଗୁନିଆ ବିଧାୟକଙ୍କୁ ନିମନ୍ତ୍ରଣ ନଥିବାରୁ ଉଦଘାଟନକୁ ବିରୋଧ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ଶତାଧିକ ଲୋକେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନ ର କର୍ମଚାରୀ ମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଭା କରିଥିଲେ ଲୋକେ କୈ।ଣସି କଥା ଶୁଣିନଥିଲେ ସାସଂଦଙ୍କ ଉପର ଅଣ୍ଡା ଟମାଟ ମାଡକରିବା ପାଇଁ ତୟାର ହୋଇଥିଲେ। ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହିତ ଆଲୋଚନା କରି ଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖରେ ସମସ୍ତଙ୍କ ଆଗୋଚରରେ ଶୀତଳ ଭଣ୍ଡାର ଉଦଘାଟନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଲୋକେ ସେଠାରୁ ହଟିଥିଲେ l ଶୀତଳ ଭଣ୍ଡାର ଉଦଘାଟନ ଭଣ୍ଡୁର ହୋଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।