February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧାନ ଫସଲ ନଷ୍ଟ କ୍ଷତିପୂରଣ ଦାବିରେ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ।


ଚଳିତ ମାସରେ ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାର ଟାଗିଂ ବ୍ଲକରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଧାନ ବିଲରେ ପାଚିଲା ଧାନ ଫସଲ ଓଦା ହୋଇ ଗଜାରେ ନଷ୍ଟ ହୋଇଛି।ଟାଗିଂ ବ୍ଲକ ରାମେଶ୍ୱର,ନିରାକାରପୁର, ଡିଆ ଓ ଲେଣ୍ଡୋ ଗ୍ରାମପଞ୍ଚାୟତର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।ଧାନ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀ ଓ ରାଜସ୍ୱ ବିଭାଗ ଅଧିକାରୀ କେହି ଚାଷୀଙ୍କ ନିକଟରେ ପହଞ୍ଚି ନଥିବାରୁ ଚାଷୀ ମନରେ ଅସନ୍ତୋଷ ଦେଖାଦେଇଛି ପ୍ରତିବାଦରେ ଆଜି ସିପିଆଇଏମ ନେତା ଗିରିଶଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଚାଷୀମାନେ ନିରାକାରପୁର ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି।ଯଥାଶୀଘ୍ର ସରକାର ଚାଷୀର ଧାନଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି ସିପିଆଇଏମ ନେତା।


ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ଭାବରେ ଧାନ ଫସଲ ନଷ୍ଟ ହୋଇଛି।ସରକାର ସମସ୍ତ ଚାଷୀଙ୍କୁ ଧାନଫସଲ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଫସଲ ନଷ୍ଟ ହୋଇଥିବା ନେଇ ୧୪୪୪୭ରେ ଅଭିଯୋଗ କରିବାକୁ ଘୋଷଣା କରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଗିଂ ବ୍ଲକର ସମସ୍ତ ସେବା ସମବାୟ ସମିତିର,ରାଜସ୍ୱ ବିଭାଗ ଅଧିକାରୀ, କୃଷି ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ହୋଇଛି ସେମାନଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିପାରିବେ।ଧାନଫସଲ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ କ୍ଷୟକ୍ଷତି ର ସହାୟତା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।