MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିରୋଧ

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ବିଜେପି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ସୋର ବିଜେପି ପକ୍ଷରୁ ବିରୋଧ କରାଯିବା ଫଳରେ ସେଠାରୁ ସେ ଫେରିଯାଇଥିବା ଜଣାପଡିଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ଧାମନଗରର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ଘୋଷଣା ପରେ ତାଙ୍କ ପ୍ରାର୍ଥୀତ୍ୱକୁ ସୋର ବିଜେପି ତରଫରୁ ବିରୋଧ କରାଯାଇଥିଲା। ପରେ ଦଳର ନେତା ରାକେଶ ମଳିକଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଭୁବନେଶ୍ୱର ଯାଇ ରାଜ୍ୟ ସଭାପତିଙ୍କ ନିକଟରେ ଫେରାଦ ହୋଇଥିଲେ।

କିନ୍ତୁ ଆଜି ମଧ୍ୟାହ୍ନରେ ରାଜେନ୍ଦ୍ର ତାରିଣୀ ଛକ ନିକଟରେ ପହଞ୍ଚିବା ପରେ କାଂଶବାଂଶ ମଣ୍ଡଳ ସଭାପତି ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ତାଙ୍କୁ ବିରୋଧ କରିଥିଲେ। ରାଜେନ୍ଦ୍ର ଦାସ ଗୋ ବ୍ୟାକ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା। ଅନ୍ୟ ଉପାୟ ନ ପାଇ ହଟହଟା ହୋଇ ଶ୍ରୀ ଦାସ ସେଠାରୁ ଫେରି ଯାଇଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।