MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଝଡ଼ବର୍ଷାକୁ ନେଇ ୭ ଜିଲ୍ଳାକୁ ଅରେଞ୍ଜ ୱାର୍ଣିଂ ଜାରି

ଭୁବନେଶ୍ବର : ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଯାଏଁ ଏଭଳି ପାଗ ଲାଗି ରହିବ l ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଝଡବର୍ଷା ନେଇ ୭ ଜିଲ୍ଲା ଅନୁଗୁଳ, କେଉଁଝର, ରାୟଗଡା, କନ୍ଧମାଳ, ମୟୁରଭଞ୍ଜ, ଗଞ୍ଜାମ , ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ଓ୍ବାର୍ଣ୍ଣିଂ। ୯ ତାରିଖରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶା ଏବଂ ଅନ୍ୟତ୍ର ସ୍ଥାନରେ ୮ରୁ ୯ଡିଗ୍ରୀ ଯାଏଁ ତାପମାତ୍ରା କମିଛି। ମଙ୍ଗଳବାର ରାଜ୍ୟର ୨୦ ସହରର ପାରଦ ୩୫ ଡିଗ୍ରୀ ତଳେ ରହିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।