ମଦ ବିକ୍ରି କରୁଥିବା ଅଭିଯୋଗରେ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଗିରଫ ହୋଇ ଜେଲ ଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି।
ପ୍ରକାଶ ଥାଉକି କୋଷରଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ କୁମାରୀ ଶବର ଏବଂ ଆଶା ଦିଦି ଫୁଲ ଶବର ମାଳ ଅଞ୍ଚଳରୁ ଦେଶୀମଦ ଆଣି ବାଣପୁର ଅଞ୍ଚଳର ଦାଶରଥିପୁର (ପୋଡାସାହି) ରେ ଦୀର୍ଘଦିନ ଧରି ସ୍କୁଟିରେ ଆଣି ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଜାଣିପାରିଥିଲା।
ଉକ୍ତ ଦୁଇଜଣ ଆଦିବାସୀ ମହିଳା ହୋଇଥିବାରୁ କେହି ସନ୍ଦେହ ନକରିବାରୁ ନିର୍ଭୟରେ ବେପାର କରି ଚାଲିଥିଲେ।ଉଭୟ ଆଜି ମଦ ବିକ୍ରି କରୁଥିବା ବେଳେ ବାଣପୁର ଥାନା ଏସଆଇ ପ୍ରଦୀପ୍ତ କୁମାର ସ୍ୱାଇଁ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଏକ ସ୍କୁଟି ସହ ତିନି ବସ୍ତା ଦେଶୀମଦ ଜବତ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ୪୦୬/୨୪ରେ ମୋକଦମା କରି କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟ ଜେଲ ଯାଇଥିବା ଜଣାପଡିଛି।
ମୋ ଟିଭି ଓଡିଶା, ବାଣପୁର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।