ମୋଟିଭି ଓଡିଶା : କଳାହାଣ୍ଡି:୧୯/୦୫ : ଜୟପାଟଣା ସତ୍ୟସାଇ ସମିତି ସେବା ସଙ୍ଗଠନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅମୃତ ବିନ୍ଦୁ କୋକସରା ବ୍ଲକ ଆଇଲି ଗ୍ରାମ ଠାରେ ଆୟୋଜନ ହୋଇ ଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ଜିଲ୍ଲା ସତ୍ୟ ସାଇ ସେବା ସମିତିର ସଙ୍ଗଠନର ଉପଦେଷ୍ଟା ରଞ୍ଜିତ ବେଶ୍ରା, ଜିଲ୍ଲା ସେବା ଦଳ ସଂଯୋଜକ ଧନଞ୍ଜୟ ଗହିର, ଜିଲ୍ଲା ଆଦିବାସୀ ସଂଯୋଜକ ପ୍ରେମଲାଲ ସାହୁ, ସମିତି ଆବାହକ ମନ୍ଥନ ପାଢ଼ୀ ଓ ଅନ୍ୟ ସଦସ୍ୟ ସବୁ ଉପସ୍ଥିତ ରହିଥିଲେ l
ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରକ୍ତ ର ଅଭାବ ରହିଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ରକ୍ତ ପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଏହି ସ୍ବେଛାସେବୀଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଜରୁରୀକାଳୀନ ସମୟରେ କିଛି ରୋଗୀଙ୍କ ଜୀବନ ମରଣ ସମୟରେ କାମରେ ଆସିବ ବୋଲି ମତ ପ୍ରକାଶ କରିଥିଲେ। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସତ୍ୟସାଇ ସେବା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ