January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ

ମୋ ଟିଭି ଓଡିଶା / କଟକ :

ଭରତପୁର ଥାନା ଅଭାବନୀୟ ଘଟଣାରେ ହାଇକୋର୍ଟଙ୍କ ବଡ ରାୟ । ଭରତପୁର ଥାନାରେ ଅଭାବନୀୟ ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ହୋଇକୋର୍ଟଙ୍କ ନିର୍ଦ୍ଦେଶ । ରୋଡ ରୋମିଓଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯିବ ନାହିଁ । ମାମଲାର ତଦାରଖ କରିବାକୁ ମନା କଲେ ହାଇକୋର୍ଟ । ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

ଆଜିଠୁ କୌଣସି ବୈଦ୍ୟୁତିକ, ମୁଦ୍ରଣ ଏବଂ ସାମାଜିକ ଗଣମାଧ୍ୟମରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ହେବ ନାହିଁ । ଏଡିଜ (Modernisation) ଦୟାଲ ଗଙ୍ଗଓ୍ବାର ରାଜ୍ୟର ସମସ୍ତ ଥାନାର ସିସିଟିଭି କ୍ୟାମେରା ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ । ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାରେ ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ରୋଡ ରୋମିଓଙ୍କ ପରିଚୟ ପ୍ରକାଶ ମନା ।

ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅସଦାଚରଣ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ । 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗଙ୍କୁ ସରକାର ଅନୁରୋଧ କରିଛନ୍ତି । ଗତକାଲି (ରବିବାର) ରାତିରେ କେନ୍ଦୁଝର ଗସ୍ତରୁ ଫେରି ଭୁବନେଶ୍ୱରରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଥିବା ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।