ଖୋର୍ଦ୍ଧା : ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିବା ଓଡିଆ ଶ୍ରମିକଙ୍କ ମୃତ୍ୟୁ। ଓଡିଆ ଶ୍ରମିକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗ୍ରାମର ପାପୁନି କାଣ୍ଡି। ପାପୁନି କେରଳ କୁନୁର ଜିଲ୍ଲାରେ sky line କଂମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ପାପୁନି ଗତ ରବିବାର ରାତିରେ କଂମ୍ପାନୀରୁ ଛୁଟିରୁ ଫେରି ଘରକୁ ଆସି ଖାଇସାରି ଶୋଇଥିଲେ।ସୋମବାର ସକାଳୁ ପାପୁନି ଉଠିବା ବିଳମ୍ବ ହେବାରୁ ସାଗଂମାନେ ଡାକିଥିଲେ ହେଲେ ପାପୁନିର ସେଠାରେ କୈ।ଣସି କାରଣରୁ ମୃତ୍ୟୁ ଘଟିଥିଲା। ଏନେଇ କଂମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେ ପାପୁନି କୁ ମେଡିକାଲରେ ଭର୍ତ୍ତି କରିଥିଲେ ଡାକ୍ତର ସେଠାରେ ପାପୁନିକୁ ମୃତ୍ୟୁ ଘୋଷଣା କରିଛନ୍ତି। ପାପୁନି ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୂ ତାଙ୍କ ଉପରେ ପରିବାର ଲୋକେ ନିର୍ଭର କରୁଥିଲେ ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ପାପୁନିର ଶବ ନିଜ ଜନ୍ମମାଟି ରାମେଶ୍ୱର କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜରିଆରେ ଶ୍ରମ କମିଶନର ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଆସନ୍ତା କାଲି ମୃତକ ପାପୁନିର ମୃତଦେହ ନିଜ ଜନ୍ମମାଟି ରାମେଶ୍ୱର କୁ ଆସିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।
କେରଳରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।