ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଳକ ପୁସାଙ୍ଗିଆର ଏକ ଜଙ୍ଗଲ ମଧ୍ଯରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ ଦୋରା ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ସହାୟତାରେ ଚଢ଼ଉ କରିଥିଲେ। ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଅଫୁଟା ଗୁଳି, ୧୨୦ ଗ୍ରାମ ବାରୁଦ, ୨ଟି ଦିଆସିଲି, ୨ ଟର୍ଚ ଲାଇଟ ଓ ୨ ଟି ମୋବାଇଲ ଜବତ କରିଥିଲେ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ବଳରାମ ପୂଜାରୀ (୨୭) ଓ ସୁଦାମ ମଲିକ (୪୦) ବୋଲି ଜଣାପଡିଛି। ଏ ନେଇ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ କୁମାର ଦୋରା ସୂଚନା ଦେଇଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।