February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଦିନିଆ ବର୍ଷା ରେ ଭିଜିଲା ବିଭିନ୍ନ ମଣ୍ଡିରେ ଧାନ, ଚାଷିଙ୍କ ମୁଣ୍ଡରେ ଚଡକ।

ମୋଟିଭି ଓଡିଶା : କଳାହାଣ୍ଡି :୨୬/୦୫/୨୪


ଲଘୁଚାପ ଜନିତ ବର୍ଷା ର ପ୍ରଭାବ ରେ ଆଜି କୋକସରା ବ୍ଲକ ରେ ମଧ୍ୟାହ୍ନ ରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇ ଯାଇଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ମଣ୍ଡି ରେ ଥିବା ଚାଷି ଙ୍କ ଧାନ ବର୍ଷା ରେ ଓଦା ହୋଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମତେ କୋକସରା ବ୍ଲକ ର କୋକସରା,କାଉଡୋଳା,ମୋଟେର, କାଶିବାହଲ, ଡ଼ହଗାଁ, ଖୁଣ୍ଟିଆ, ଲଡୁଗାଁ, ଫୁଫଗାଁ, କନ୍ଦାବୁଟୁରା, ଡାଲଗୁମା ମଣ୍ଡିରେ ଚାଷିଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି। ରବିବାର ମଧ୍ୟାହ୍ନରେ ହଠାତ କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ପଡି ରହିଥିବା ଚାଷିଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଏହି ସବୁ ମଣ୍ଡିରେ ଚାଷିଙ୍କ ଧାନର ସୁରକ୍ଷା ପାଇଁ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀଙ୍କୁ ନିୟୋଜିତ କରା ଯାଇଥିବା ବେଳେ ରବିବାର ମଣ୍ଡି ବନ୍ଦ ରହିଥିବା କାରଣରୁ କର୍ମଚାରୀ ମାନେ ଅନୁପସ୍ଥିତ ଥିବାରୁ ଓ ଠିକ ସମୟରେ ଚାଷିଙ୍କୁ ଧାନ ଢାଙ୍କିବା ପାଇଁ ପଲିଥିନ ନ ମିଳିବା ଓ ଦିଆ ଯାଇଥିବା ପଲିଥିନ ଚିରା ଓ ଫଟା ରହିଥିବା କାରଣରୁ ଧାନରେ ବର୍ଷା ପାଣି ପଶି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷି। କୋକସରା ସଦର ମଣ୍ଡି ରେ ଆରଏମସି ପକ୍ଷରୁ ଚାଷି ଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ବର୍ଷା ପାଣି ନିଷ୍କାସନ ପାଇଁ ରହିଥିବା ଡ୍ରେନ ଅନେକ ସ୍ଥାନରେ ପୋତି ହୋଇଥିବା ଓ ଅବ୍ୟବସ୍ଥିତ କାରଣ ରୁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଚାଷିଙ୍କ ଧାନ ଉପରେ ମାଡି ଯାଉଛି ଫଳରେ ଧାନ ଓଦା ହେବାସହ ଗୁଣବତ୍ତା ହରାଇବା କାରଣରୁ ମିଲର୍ସ ଧାନ ନେବାକୁ ମନା କରୁଛନ୍ତି।

କୋକସରା ସଦର ମଣ୍ଡିରେ ଗତ ୨୦ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ ଶନିବାର ସୁଦ୍ଧା ୧୪୪ ଜଣ ଚାଷୀଙ୍କ ୮୩୬୬.୮୫ ବିକ୍ରି ହୋଇଥିବା ବେଳେ ବର୍ତ୍ତମାନ ୨୦ ଚାଷିଙ୍କ ୧୫୦୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରି ପାଇଁ ରହିଥିବା ନେଇ ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ସୂଚନା ଦେଇଛନ୍ତି। ତେବେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷି ପୂର୍ଣ୍ଣଚନ୍ଦ୍ର ତାଣ୍ଡିଙ୍କ ୩୨ କ୍ୱିଣ୍ଟାଲ, ଜିତେନ୍ଦ୍ର ପ୍ରଧାନୀ ୮୦ କ୍ୱିଣ୍ଟାଲ, ମଦନ ନାଏକ ୯୩ କ୍ୱିଣ୍ଟାଲ, ଉତ୍ତମ ପ୍ରଧାନୀ ୫୩ କ୍ୱିଣ୍ଟାଲ, ଶଙ୍କର ପ୍ରସାଦ ସିଂ ୫୫ କ୍ୱିଣ୍ଟାଲ, ଦଶରଥ ବେମାଲ ୯୩ କ୍ୱିଣ୍ଟାଲ, ଚିତ୍ତେଶ୍ୱରୀ ଶବର ୫୦ କ୍ୱିଣ୍ଟାଲ, ଭଞ୍ଜନ ଶବର ୮୦ କ୍ୱିଣ୍ଟାଲ, ଟୁନୁ ବିଶି ୧୨ କ୍ୱିଣ୍ଟାଲ, ଦେବାନନ୍ଦ ନାଗ ୧୩୦ କ୍ୱିଣ୍ଟାଲ, ତ୍ରିଭୁବନ ପ୍ରଧାନୀ ୧୩୦ କ୍ୱିଣ୍ଟାଲ, ସନ୍ତୋଷ ପ୍ରଧାନୀ ୬୭ କ୍ୱିଣ୍ଟାଲ, ସସ୍ମିତା ମାଝୀ ୧୧୦ କ୍ୱିଣ୍ଟାଲ ସମେତ ଅନ୍ୟ ଚାଷିଙ୍କ ଧାନ ବିକ୍ରି ପାଇଁ ରହିଛି। ତେବେ ଆଜି ହୋଇଥିବା ଅଦିନିଆ ବର୍ଷା ରେ ଅଧିକାଂଶ ଚାଷିଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ମଣ୍ଡି ଗୁଡିକରେ ମଧ୍ୟ ଚାଷିଙ୍କ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହେବା ଆଶଙ୍କା ରହିଛି। ଆସନ୍ତା ଦୁଇଦିନ ଧରି ଲଘୁଚାପ ବର୍ଷା ସୂଚନା ରହିଥିବା ବେଳେ ଆର ଏମ ସି ପକ୍ଷରୁ ଚାଷିଙ୍କୁ ଧାନ ର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପଲିଥିନ ଯୋଗାଇ ଦେବାକୁ ଚାଷି ମାନେ ଦାବି କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।