ମୋଟିଭି ଓଡିଶା ବ୍ୟୁରୋ : ପାଣ୍ଡିଆନଙ୍କ ଘର ବାହାରୁ ହଟିଲେ ପୋଲିସ । ପାଣ୍ଡିଆନଙ୍କୁ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ନିର୍ବାଚନ ଫଳାଫଳ ବାହାରିବା ସମୟରେ ଏହି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ଜଣେ ବିଜେଡି ନେତାଙ୍କୁ କାହିଁକି ଏତେ ସୁରକ୍ଷା ଦିଆଯାଉଛି ବୋଲି ବିଭିନ୍ନ ସମୟରେ ବିବାଦ ଦେଖାଯାଇଥିଲା । ଏବେ ପାଣ୍ଡିଆନଙ୍କ ଘର ଆଗରୁ ପୋଲିସ ଫୋର୍ସକୁ ହଟାଇ ଦିଆଯାଇଛି ।
ସେହିପରି ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ। ଆଉ କ୍ଷମା ମଧ୍ୟ ମାଗିଲେ। କହିଲେ ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖୀତ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା। ହାତ ଯୋଡି ବିଜୁ ପରିବାର ଓ କର୍ମୀମାନଙ୍କୁ ମାଗିଲେ କ୍ଷମା। ମୋର ଏହି ଯାତ୍ରା ଭିତରେ କାହାକୁ କଷ୍ଟ ହୋଇଥିଲେ ମୁଁ ଦୁଃଖିତ । ମୋ ପ୍ରଚାର ଯୋଗୁଁ ବିଜେଡ଼ି ବିରୋଧରେ ଯେଉଁ ନ୍ୟାରେଟିଭ ତିଆରି ହେଲା, ସେଥିପାଇଁ ମୁଁ ବିଜୁ ପରିବାର ଓ ବିଜେଡ଼ି କର୍ମୀଙ୍କୁ କ୍ଷମା ମାଗୁଛି ।
ଆହୁରି ମଧ୍ୟ କହିଛନ୍ତି ମୋ ମେଣ୍ଟର ନବୀନ ପଟ୍ଟନାୟକଙ୍କୁ ସହାୟତା କରିବା ପାଇଁ ରାଜନୀତିକୁ ଆସିଥିଲି । ମୋର ଆଉ କିଛି ଆଶା ନଥିଲା, ସେଥିପାଇଁ ମୁଁ ପ୍ରାର୍ଥୀ ହେଲି ନାହିଁ କିମ୍ବା କୌଣସି ଦଳୀୟ ପଦ ପଦବୀରେ ରହିଲି ନାହିଁ । ପୈତୃକ ସମ୍ପତ୍ତି ଛଡ଼ା ପୃଥିବୀର କୌଣସି ଜାଗାରେ ମୋର କିଛି ସମ୍ପତ୍ତି ନାହିଁ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ଯେତିକି ସମ୍ପତ୍ତି ଥିଲା ଏବେ ବି ମୋର ସେତିକି ସମ୍ପତ୍ତି ଅଛି । ତେବେ ବିଜେଡିରେ ବଢୁଥିବା ବିଦ୍ରୋହ କୁ ଦେଖି ପାଣ୍ଡିଆନ ରାଜନୈତିକ ସନ୍ନ୍ୟାସ ଘୋଷଣା କରିଥିବା ଚର୍ଚ୍ଚା ଜୋର ଧରିଲା।
More Stories
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।
କାଉଡୋଳା ନିକଟରେ କାର ଦୁର୍ଘଟଣା ଶିଶୁ ସମେତ ୩ ଗୁରୁତର।