ରାଉରକେଲା : ଜିଲ୍ଲା ର ପାନପୋଷ ଉପଖଣ୍ଡରେ ତା: ୩୦/ ୮/୨୪ ରେ କୃଷି ଜିଲ୍ଲା ଅଧିକାରୀ ଭାବେ ଶ୍ରୀଯୁକ୍ତ ଜି ଜୟନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦାୟିତ୍ୱ ଗ୍ରହଣ ପରେ ଶ୍ରୀଯୁକ୍ତ ଜୟନ ଙ୍କୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶ୍ରୀ ଜୟନ ଙ୍କର କୃଷି ବିଭାଗ ରେ ଦୀର୍ଘ ତିରିଶ ବର୍ଷ ର ଅଭିଜ୍ଞତା ରହିଥିବାବେଳେ ସେଥିମଧ୍ୟରୁ ବିହନ ଉତ୍ପାଦନ କ୍ଷେତ୍ର ରେ ଦୀର୍ଘ କୋଡିଏ ବର୍ଷ ର ଅଭିଜ୍ଞତା ପାନପୋଷ କୃଷି ଜିଲ୍ଲା ର ଚାଷୀ ମାନଙ୍କ ପାଇଁ ବହୁ ଉପାଦେୟ ହେବ l ଶ୍ରୀ ଜୟନ ଯୋଗଦାନ ପରେ ପାନପୋଷ କୃଷି ଜିଲ୍ଲା କୁ ଆଗକୁ ବଢ଼େଇନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି l ନୂଆଗାଁ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ବିଶ୍ରା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ମଞ୍ଜୁବାଳା ନାୟକ, ଲାଠିକଟା ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ସୁପ୍ରିୟା ଦାସ, ବିଶ୍ରା ସହକାରୀ କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ବାରିକ,କୁଆଁରମୁଣ୍ଡା ସହକାରୀ କୃଷି ଅଧିକାରୀ ଶ୍ରୀମତୀ ନାରାୟଣୀ ମେହେର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ