ସୁନ୍ଦରଗଡ଼ (ମୋ ଟିଭି ଓଡିଶା ) ଦେବେନ୍ଦ୍ର କୁମାର ଭିତ୍ରିଆ :
ଦେଖନ୍ତୁ ଏହି ଦୃଶ୍ୟକୁ ଛାତ୍ରଛାତ୍ରୀ ମାନେ କେମିତି ଖୋଲା ଆକାସ ତଳେ ବସି ପାଠ ପଢ଼ୁଛନ୍ତି। କାରଣ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାହିଁକି ନା ଏଠି ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ପିଲା ମାନଙ୍କ ପ୍ରତି ଥିବା ବିପଦ କୁ ନେଇ ସ୍କୁଲ୍ ଗେଟ୍ ତାଲା ପକାଇ ଧାରଣାରେ ବସିଛନ୍ତି । ଆଉ ପାଠ ପଢା କୁ ବନ୍ଦ ନକରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ବସି ପାଠ ପଢ଼ାଉଛନ୍ତି । ସୁନ୍ଦରଗଡ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମର ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ । ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୧୫ ଦିନ ହେଲାଣି ଲାଗିରହିଛି ବର୍ଷା । ବର୍ଷା ଫଳରେ ଉକ୍ତ ବିଦ୍ୟାଳୟ ର ଶ୍ରେଣୀ ଗୃହ ଏବଂ ଅଫିସ୍ ଗୃହ ଛାତରୁ ପାଣି ଝରିବା ସହ କାନ୍ଥ ଗୁଡିକ ଫାଟି ଆଁ କଲାଣି କେତେବେଳେ ଯେ ଅଘଟଣ ଘଟିବ ତାହା ଜଣାନାହିଁ ।

ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ଡରି ଡରି ପାଠ ପଢ଼ାଉ ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଏଭଳି ଅବସ୍ଥା ଜାଣିଲା ପରେ ପିଲାଙ୍କୁ ବିଦ୍ୟାଲୟ କୁ ଛାଡ଼ିବା ପାଇଁ ଡରୁଛନ୍ତି । ଗତକାଲି ହଠାତ ସ୍କୁଲ୍ ଖୋଲିବା ସମୟରେ ଉଚ୍ଚପ୍ରାଥମିକ ବିଦ୍ୟାଳୟ କୁ ତାଲା ପକାଇଥିଲେ ଗ୍ରାମବାସୀ ଓ ଅଭିଭାବକ । ସ୍କୁଲ୍ ର ଶ୍ରେଣୀଗୃହ ଓ ଅଫିସ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଛାତରୁ ପାଣି ଝରିବା ସହ କାନ୍ଥ ଗୁଡିକ ଫାଟି ଆଁ କରିଛି।ତେବେ ଏ ସମ୍ପର୍କରେ ଅଭିଭାବକ ମାନେ ଜାଣିବା ପରେ ଗତକାଲି ସ୍କୁଲ୍ ପରିଦର୍ଶନ କରିବା ସହ ଏହାକୁ ନେଇ ଏକ ବୈଠକ କରିଥିଲେ । ଆଜି ହଠାତ୍ ଅଭିଭାବକ ମାନେ ଯାଇ ସ୍କୁଲ୍ ର ମୁଖ୍ୟ ଦ୍ଵାରରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲ୍ ଭିତରକୁ ପଶିବାକୁ ଦେଇନଥିଲେ। ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ସ୍ଥାନୀୟ ସରପଞ୍ଚ ଓ ସି ଆର୍ ସି ସି କୁ ଜଣାଇଥିଲେ ।

ଉକ୍ତ ସ୍କୁଲ କୁ ସି ଆର୍ ସି ସି – ଶ୍ରୀକାନ୍ତ ପଟେଲ, ଏ ବି ଇ ଓ – ଜେନାମଣି ନାଏକ ,ଏବଂ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ନିଜ ପିଲାଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଘଟଣା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ କାନକୁ ଗଲା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ W E O ଙ୍କୁ ଘଟଣା ସ୍ଥଳ କୁପଠାଇଥିଲେ । WEO ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅଭିଯୋଗ ଶୁଣିଲା ପରେ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାଶୁଝା କରି ସ୍କୁଲ୍ ଛାତ୍ର ଛାତ୍ରୀ ପଢ଼ିବା ପାଇଁ ଶ୍ରେଣୀଗୃହ ର ବିକଳ୍ପ ବ୍ୟବସ୍ଥା କରାଇବା ପରେ ଲୋକେ ଧାରଣା ରୁ ଉଠି ସ୍କୁଲ୍ ଛାତ୍ରଛାତ୍ରୀ ସ୍କୁଲ୍ ପରିସର କୁ ପଶିବାକୁ ଦେଇଥିଲେ । ଅନ୍ୟପଟେ ସ୍କୁଲ୍ ଗୃହ ଗୁଡିକ ଦୁର୍ବଳ ହୋଇଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।