MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ, ଘଟଣାରେ ଭିଣୋଇ ମୃତ।

ମୋ ଟିଭି ଓଡିଶା / କଳାହାଣ୍ଡି : ୦୪/୦୭


କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପଲସପାନି ଗ୍ରାମରେ ବିଷପିଇ ଶାଳୀ-ଭିଣେଇଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ଭିଣୋଇଙ୍କର ମୃତ୍ୟୁ ଘଟିଛି। ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗ୍ରାମର ତୁଳସୀରାମ ନାଏକ, ଦହିଗାଁ (ଛତିଶଗଡ଼ ) ର ସୁନୀତା ବୋଡକିଆଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଉଭୟେ ସଂମ୍ପର୍କରେ ଶାଳୀ ଭିଣୋଇ ଥିଲେ। ତେବେ ଉଭୟ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରେ ଘରୁ ଚାଲି ଯାଇଥିଲେ । ଏ ନେଇ ଗୁରୁବାର ଦିନ ଉଭୟ ପରିବାର ଲୋକେ ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଓ ଭିଣେଇ ଆପୋଷ କଥା ବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ଖାଇ ଦେଇଥିଲେ । ସେହିଠାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତି କରିଥିଲେ ।

କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ଭିଣୋଇକୁ ମୃତ ଘୋଷଣା କରିଥିବା ବେଳେ ଶାଳୀର ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି। ତେବେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ସୂଚନା ଥାଉକି ତୁଳସୀ ରାମ ନାଏକ ଆଜକୁ ୬ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ଏକ ତିନି ବର୍ଷର ଝିଅ ମଧ୍ୟ ରହିଛି । ଅନ୍ୟପଟେ ପ୍ରେମିକା ସୁନୀତା ବୋଡକିଆ ସେ ମଧ୍ୟ ୭ ବର୍ଷ ତଳେ ଧର୍ମଗଡ଼ ବ୍ଲକ୍ ଡୁମେରଗୁଡ଼ାରେ ବିବାହ କରିଥିବା ଜଣାପଡିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।