MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏଣିକି ଅନ୍‌ଲାଇନରେ ପେନ୍‌ସନ ପାଇଁ ଆବେଦନ କରିପାରିବେ

ନୂଆଦିଲ୍ଲୀ : ୦୩/୦୫ (ମୋଟିଭି ଓଡିଶା ) ଏଣିକି ଅନ୍‌ଲାଇନରେ ପେନ୍‌ସନ ପାଇଁ ଆବେଦନ କରିବା, ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ବାବଦ ବିବରଣୀ ଯାଞ୍ଚ ପାଇଁ ଆଉ ଧାଁ ଦୌଡ଼ କରିବାକୁ ପଡ଼ିବ ନାହିଁ। ସରକାରୀ ପେନ୍‌ସନ୍‌ଭୋଗୀଙ୍କୁ ଡିଜିଟାଲ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସମସ୍ତ ସେବା ଗୋଟିଏ ସମନ୍ବିତ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ୫ଟି ବ୍ୟାଙ୍କର ପେନ୍‌ସନ ପ୍ରକ୍ରିୟା ଓ ଦେୟ ସେବାକୁ ଗୋଟିଏ ପୋର୍ଟାଲରେ ମିଶ୍ରଣ କରାଯାଇଛି।

ସରକାରଙ୍କ ପେନ୍‌ସନ ଏବଂ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗରେ ଏକ ସମନ୍ବିତ ‘ଭବିଷ୍ୟ’ ପୋର୍ଟାଲ ଆରମ୍ଭ କରିଛି। ଯେଉଁଥିରେ ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ଦେଖିହେବ। ଏହି ‘ଭବିଷ୍ୟ’ ପୋର୍ଟାଲରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କର ପ୍ରାସଙ୍ଗିକ ସେବା ଉପଲବ୍ଧ ହେବ।

ପରବର୍ତ୍ତୀ ପର୍ଯ୍ୟାୟରେ ପେନ୍‌ସନ୍‌ ବଣ୍ଟନକାରୀ ଅନ୍ୟ ବ୍ୟାଙ୍କଗୁଡ଼ିକୁ ପୋର୍ଟାଲ ସହ ଯୋଡ଼ାଯିବ। ପେନ୍‌ସନ ପ୍ରକ୍ରିୟା ଏବଂ ଦେୟର ଡିଜିଟାଇଜେସନ୍ ନିଶ୍ଚିତ କରିବାକୁ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ପେନ୍‌ସନ ସମ୍ବନ୍ଧୀୟ ସେବାରେ ସ୍ୱଚ୍ଛତା ଏବଂ ଦକ୍ଷତା ହାସଲ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ପେନ୍‌ସନ୍‌ଭୋଗୀଙ୍କ ବ୍ୟକ୍ତିଗତ ଏବଂ ସେବା ବିଶେଷତାକୁ ଗ୍ରହଣ କରିଥାଏ। ଏହା ମାଧ୍ୟମରେ ଅନ୍‌ଲାଇନରେ ପେନ୍‌ସନ ଫର୍ମ ଦାଖଲ କରିହେବ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏସ୍‌ଏମଏସ କିମ୍ବା ଇ-ମେଲ ମାଧ୍ୟମରେ ପେନ୍‌ସନ ମଞ୍ଜୁର ଅଗ୍ରଗତି ବିଷୟରେ ଅବଗତ କରାଯାଇପାରିବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।