January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲୁଟ୍ ଉଦ୍ୟମ ପଣ୍ଡ, ୨ଲୁଟେରାକୁ କାବୁ କଲେ ଲୋକେ


ଆଗରପଡ଼ା,ତା୧୧/୯: ଲୁଟ୍ ଉଦ୍ୟମ କରୁଥିବା ୨ଜଣ ଲୁଟେରା ଶେଷରେ ଲୋକଙ୍କ ଦ୍ୱାରା କାବୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ବନ୍ତ ବଜାରରୁ ଜନୈକ ବ୍ୟକ୍ତିଙ୍କ ମୋଟର ସାଇକେଲ ଡ଼ିକି ଭାଙ୍ଗି ଟଙ୍କା ଚୋରି କରୁଥିବାର ଉଦ୍ୟମ କରୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲେ ୨ଲୁଟେରା । ଲୋକଙ୍କ ନଜରକୁ ଆସିବା ପରେ ଟଙ୍କା ଛାଡ଼ି ୨ ଲୁଟେରା ବାଇକ ଚଢି (କଳା ରଙ୍ଗର ପଲସର)ଚମ୍ପଟ ମାରିଥିଲେ । ଏହା ଦେଖି ଲୋକେ ସେମାନଙ୍କ ପିଛା କରିବା ଦ୍ୱାରା ରାସ୍ତା ଜାଣିନପାରି ୨ଲୁଟେରା କେନ୍ଦୁଝର ଜିଲ୍ଳା ନନ୍ଦିପଦା ଥାନା ଅଧିନ ଶାଳଣିଆଁ ବଜାର ଦେଇ ବ୍ରାହ୍ମଣିକଳା ଗାଁ ନିକଟରେ ରାସ୍ତା ଉପରେ ପଡ଼ି ଆହି ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ନନ୍ଦିପଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ୨ଲୁଟେରାଙ୍କୁ ପ୍ରାଥମିକ ଜିକିତ୍ସାପରେ ନନ୍ଦିପଦା ଥାନାକୁ ନେଇଯାଇଥିଲେ । ପରେ ବନ୍ତ ପୁଲିସ ନନ୍ଦିପଦା ଥାନାରେ ପହଂଚି ଅଟକ ୨ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଷୟରେ ପଚରାଉଚରା କରୁଥିବା ଜଣାପଡ଼ିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।