MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପେଟ୍ରୋଲ ଓ ଡିଜେଲ ଦର କମିବା ସମ୍ଭାବନା

ନୂଆଦିଲ୍ଲୀ: ବିଶ୍ବ ବଜାରରେ ତେଲ ଦର ୨୦୨୪ ଜାନୁଆରୀ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସେ ଦୃଷ୍ଟିରୁ ରାଷ୍ଟ୍ରାୟାତ୍ତ ତୈଳ ବିପଣନ କମ୍ପାନୀ (ଓଏମ୍‌ସି)ଙ୍କୁ ବହୁ ଲାଭ ମିଳିଛି। ସେଥିପାଇଁ ପେଟ୍ରୋଲ ଓ ଡିଜେଲ ଦର କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମିବା ସମ୍ଭାବନା ରହିଛି। ଏଥିସହ ଆଗକୁ ଜାମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନ ଥିବାରୁ ଏଭଳି ଆଶା ଦୃଢ଼ୀଭୂତ ହୋଇଛି। ଗତ ମାର୍ଚ୍ଚରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ଚଳିତ ମାସରେ ଜାମ୍ମୁ-କାଶ୍ମୀର ଏବଂ ଅକ୍ଟୋବରରେ ହରିୟାଣା ବିଧାନସଭା ନିର୍ବାଚନ ଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଁ ଯୋଜନା କରୁଥିବା କୁହାଯାଉଛି। ନିକଟରେ ଅଶୋଧିତ ତେଲ ମୂଲ୍ୟ ହ୍ରାସ ପାଇଛି। ଫଳରେ ଆମେରିକାରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୭୦ ଡଲାର ତଳକୁ ଖସି ଆସିଥିବାବେଳେ ବ୍ରେଣ୍ଟ ତେଲ ବ୍ୟାରେଲ ପ୍ରତି ୧ ଡଲାର ଖସି ୭୨.୭୫ ଡଲାରରେ ପହଞ୍ଚିଛି। ଲିବିଆ ତେଲ ବଜାରକୁ ଫେରିବା ପରେ ମୂଲ୍ୟ ତୀବ୍ର ହ୍ରାସ ହୋଇଛି। ତେଲ ଦର ହ୍ରାସ ହେବା ସମ୍ଭାବନା ଥିବା ଖବର ପରେ ଶୁକ୍ରବାର ପୁଞ୍ଜି ବାଜରରେ ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଓ ଆଇଓସି ଅଂଶଧନ ୨ଧରୁ ଅଧିକ ଖସିଯାଇଛି। ତେବେ ପ୍ରସ୍ତାବିତ ମୂଲ୍ୟ ହ୍ରାସ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ଏପର‌୍ୟ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହିଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।