January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦ୍ୱିତୀୟ ପର୍ଯ୍ୟାୟ ମେଗା ପ୍ଲାଣ୍ଟେସନ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ସର୍ବ ପୂରାତନ ଗ୍ରାମୀଣ ବିଗ୍ୟାଂନ ମହାବିଦ୍ୟାଳୟ କ୍ଷେତ୍ରବାସୀ ଡିଏଡି ମହାବିଦ୍ୟାଳୟ ନିରାକାରପୁର ଠାରେ ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟ ମେଗା ପ୍ଲାଣ୍ଟେସନ ମାତୃବନରେ ଶତାଧିକ ବୃକ୍ଷରୋପଣ ସହିତ ମହାବିଦ୍ୟାଳୟ ୪ଟି ଫ୍ଲାଗ ପୋଲ ଉଦଘାଟନ କରାଯାଇଛି।ମହାବିଦ୍ୟାଳୟ ର ଏନସିସି ବାଳିକା ବିଭାଗ, ରେଡକ୍ରସ,ଏନ୍ଏସ୍ଏସ୍ ଓ ଭାରତୀୟ ସ୍କାଉଟ ଗାଇଡ ପୋଲ ଉଦଘାଟନ ହୋଇଛି।

ମହାବିଦ୍ୟାଳୟ ଅଧକ୍ଷା ବ୍ରତତୀ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟର ରଂଜିତ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ଏନ୍ଏସ୍ଏସ୍ ଅଫିସର ତଥା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଡାଇରେକ୍ଟର ରମେଶଚନ୍ଦ୍ର ବେହେରା, ମହାବିଦ୍ୟାଳୟ ଗଭର୍ଣ୍ଣିବଡି ସଭାପତି ଡଃ ସଂଜୟ କୁମାର ମହାପାତ୍ରଙ୍କ ସହିତ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ମାତୃବନରେ ବୃକ୍ଷରୋପଣ କରିଥିଲେ l

ଏହା ପରେ ୪ଟି ବିଭାଗର ଫ୍ଲାଗ ପୋଲକୁ ଉଦଘାଟନ କରିଥିଲେ ଏବଂ ଅନୁଷ୍ଠିତ ଏକ ବୈଠକରେ ଅତିଥି ମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କିଭଳି ଗଢିହେବ ଛାତ୍ରଛାତ୍ରୀମାନେ ପାଠପଢି କିଭଳି ଉତ୍ତମ ଭାବରେ ନିଜନିଜର ଭବିଷ୍ୟତ ଗଢି ପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।