ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦାରିଙ୍ଗବାଡିର ବଇନ ଶଙ୍ଖ ନିକଟରେ ବ୍ଲକିଂ କରି ଯାଞ୍ଚ କରୁଥିଲା ସେଠାରେ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏକ ମାଲବାହୀ ମାକ୍ସ ପିକଅପ ଗାଡିକୁ ଅଟକାଇବା ସହ ୨ ଯୁବକଙ୍କୁ କାବୁ କରିଛି । ସୂଚନା ଅନୁଯାୟୀ, ଗୋଟିଏ ମ୍ୟାକ୍ସ ପିକଅପ ମାଲ ବୁହା ଗାଡ଼ି ନଂ. ଓଡ଼ି-୦୪-ଏଲ- ୩୦୮୯ ରେ ତିଲୋରୀ ଅଞ୍ଚଳରୁ ୧ କୁଇଣ୍ଟାଲ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା l

ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମର ଏଲିଆସ ଦିଗାଲ ଏବଂ ଉକ୍ତ ଅଞ୍ଚଳର ସନୋଜ ପ୍ରଧାନ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦିନ ଦିପହରରେ ପୋଲିସକୁ ଚକମା ଦେଇ ଗଂଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଏବେ ମହଙ୍ଗା ପଡିଛି । ଅନ୍ୟଅଟେ ଏହି ଗଞ୍ଜେଇ କାରବାରରେ ଆଉ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ମାଲବୁହା ଗାଡିଟି କାହାର, ସେ ନେଇ ପୋଲିସ ଟିକିନିଖି ତଦନ୍ତ ଆରମ୍ଭ କରିଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।