January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରୋଟାରୀ କ୍ଲବ ଆଫ୍ ଭୂବନେଶ୍ୱର ରୟାଲ୍ ପକ୍ଷରୁ ବୃକ୍ଷରୋପଣ ଓ ମଶାରୀ ବଣ୍ଟନ।


ମୋ ଟିଭି ଓଡିଶା / ଭୁବନେଶ୍ୱର :

ରୋଟାରୀ କ୍ଲବ ଆଫ୍ ଭୂବନେଶ୍ୱର ରୟାଲ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ରାମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ଟି ଲିମ୍ବଗଛ ରୋପଣ କରାଯାଇ ଥିଲା ।

କ୍ଲବ୍ ର ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଆୟୋଜିତ ଏହି ଚତୁର୍ଥ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ପର୍ଯ୍ୟାବରଣ କମିଟି ଅଧ୍ୟକ୍ଷ ପ୍ରାକ୍ତନ ପ୍ରାନ୍ତପାଳ ଶୀବବ୍ରତ ଦାଶ,ସହ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ ସଭାପତି ସଞ୍ଜୟ ଚୋୖଧୁରୀ ‌ଯୋଗଦେଇ ସବୁଜିମାର ଗୁରୁତ୍ବ ଓ ପରିଵେଶୀୟ ଗମ୍ଭୀରତା ସମ୍ପର୍କରେ ସଚେତନତା ର ବାର୍ତ୍ତା ଦେଇଥିଲେ ।

ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମରଣାନ୍ତକ ଜ୍ୱର କୁ ଦୂରେଇ ରଖିବା ପାଇଁଁ କ୍ଲବ୍ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମଶାରୀ ଓ ବେଡସିଟ୍ ବିତରଣ କରାଇଥିଲା। ବିଭିନ୍ନ ଅଞ୍ଚଳରେ ମଶାରୀର ବ୍ୟାପକ ବିତରଣ ସହ ଏହାର ଅଧିକରୁ ଅଧିକ ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯିବ ବୋଲି କ୍ଲବ୍ ସଭାପତି ଶ୍ରୀ କର ଏହି ଅବସରରେ ସୂଚନା ଦେଇଥିଲେ। ଆଗାମୀ ଦିନରେ ରାମେଶ୍ୱର ନିକଟବର୍ତ୍ତୀ ଖାଲି ସ୍ଥାନରେ ରୋଟାରୀ ପକ୍ଷରୁ ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବ ବୋଲି କ୍ଲବ ସଭାପତି ଶ୍ରୀ କର ସୂଚନା ଦେଇଥିଲେ।

ରୋଟଟାରୀୟାନ୍ ବିଶ୍ଵମୋହନ ପଟ୍ଟନାୟକ ବିଶ୍ଵକାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରାକ୍ତନ ସଭାପତି ଅଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ଦୀପକ୍ ସେହେଗଲ, ଅର୍ଜୁନ କୁମାର ସାହୁ, ବିଶ୍ୱଜିତ ମିଶ୍ର, ରୋମା ସେହେଗଲ ପ୍ରମୁଖ ଯୋଗଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।