ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୭
ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ଓଡ଼ିଶା କଳାହାଣ୍ଡି ଆନୁକୁଲ୍ୟରେ ଜୟପାଟଣା ସମିତି ଆନୁକୂଲ୍ୟରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଳୀ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦିନକୁଦିନ ଜଙ୍ଗଲ କ୍ଷୟ କାରଣରୁ ପ୍ରାକୃତିକ ପରିବେଶ ପ୍ରଦୂଷଣ ହେବା ଋତୁ ପରିବର୍ତ୍ତନ ହୋଇ ସହ ତାପ ମାତ୍ରା ବୃଦ୍ଧି ପାଉଛି। ବୃକ୍ଷ ରୋପଣ କଲେ ସମସ୍ତ ଜୀବ ଜନ୍ତୁ ଓ ପୃଥିବୀ ମାତା ଶାନ୍ତି ହେବା ବୋଲି ସତ୍ୟସାଇ ଟ୍ରଷ୍ଟ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ବେଣୁଧର କୁମାର, ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଏବଂଜିଲ୍ଲାର ବିଭିନ୍ନ ସମିତି ର କନଭେନର ଓ ଜିଲ୍ଲା ସତ୍ୟସାଇ ଅନୁଷ୍ଠାନ ର ଭାଇ ଭଉଣୀ ଉପସ୍ଥିତି ଥିଲେ।ଏହି ଅବସର ରେ ୧ ହଜାର ଗଛ ରୋପଣ କରାଯାଇଛି।
ରିପୋର୍ଟ–ସନତ କୁମାର ପ୍ରଧାନୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।