MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

‘ମାନଚିତ୍ରରୁ ଓଡ଼ିଶାର ଅନେକ ଗାଁକୁ ଲିଭାଇ ଦେବ ପୋଲାଭରମ୍‌‌ ପ୍ରକଳ୍ପ’ : ବିଜେଡି

ପୋଲାଭରମ୍‌‌ ପ୍ରକଳ୍ପ ପାଇଁ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ବିଜେଡିର ପ୍ରତିନିଧି ଦଳ ସୋମବାର ସଂଧ୍ୟାରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଆନ୍ଧ୍ର ସରକାରଙ୍କର ଏହି ନଦୀ ବନ୍ଧ ପ୍ରକଳ୍ପ ପାଇଁ ଓଡ଼ିଶାର ଲୋକେ କିପରି କ୍ଷତିଗ୍ରସ୍ତ ହେବେ ଏବଂ ଭବିଷ୍ୟତରେ କେତେ ସମସ୍ୟା ଦେଖା ଦେବ ତାହାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ପ୍ରଭାବିତ ଲୋକଙ୍କ ମତାମତ ଏବଂ ସମସ୍ୟା ସମାଧାନ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳ ୭ ତାରିଖରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ।

ବିଜେଡି ପ୍ରତିନିଧି ଦଳ…. ମୋ ଟିଭି ଓଡିଶା

ଆଜି ରିପୋର୍ଟ ପ୍ରଦାନ କରି ନବୀନ ନିବାସରୁ ଫେରିବା ସମୟରେ ଶ୍ରୀ ନାୟକ କହିଛନ୍ତି ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମାଲକାନଗିରିର ଅନେକ ଲୋକ ବାସହରା ହୋଇଯିବେ। ଅନେକ ଗ୍ରାମ, ଜଙ୍ଗଲ, ଚାଷ ଜମି ଜଳମଗ୍ନ ହୋଇଯିବ। ମୋଟୁ ଏବଂ ପୋଡିଆ ବ୍ଲକ ଓଡ଼ିଶା ମାନଚିତ୍ରରୁ ଲିଭିଯିବ। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେହି ଲୋକମାନେ କିପରି ଭାବେ ଥଇଥାନ ହେବେ ତାହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଅପରପକ୍ଷେ ଏହି ପ୍ରକଳ୍ପ କିପରି ଶୀଘ୍ର ଶେଷ ହେବ ସେନେଇ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହାୟତା ଦେବା ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ସତ୍ତ୍ବେ ସେହି ଅଞ୍ଚଳରେ ପାଣି ମାଡି ଯାଇଛି। ଯଦି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ ତା ହେଲେ ସ୍ଥିତି ବହୁତ ଖରାପ ହେବ। ଆମ ରିପୋର୍ଟରେ ସମସ୍ତ ବିଷୟ, ବାସ୍ତବିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛୁ। ମାଲକାନଗିରିର ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରୁଥିଲା ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବୁ ବୋଲି ଶ୍ରୀ ନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୋଲାଭରମ୍‌‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ, କିନ୍ତୁ ମାଲକାନଗିରି ଜିଲ୍ଲାର ପୋଡିଆ ଓ ମୋଟୁ ବ୍ଲକରେ ସ୍ଥିତି ଅସମ୍ଭାଳ ହେଲାଣି। ପ୍ରକଳ୍ପ ଶେଷ ହେଲେ ବହୁ ଜଙ୍ଗଲ, ଚାଷ ଜମି, ଗ୍ରାମ ସବୁଦିନ ପାଇଁ ପାଣିର ଅତଳ ଗହ୍ୱରକୁ ଚାଲିଯିବ। ଏହି ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଦିନ ଗଣୁଛନ୍ତି। ପରିସ୍ଥିତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଜନ ପ୍ରତିନିଧି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପ୍ରକଳ୍ପ ବନ୍ଦ ପାଇଁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଏକ ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।