ବାଲିଗୁଡ଼ା:(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଞ୍ଚଳର ଗରିବ ଶ୍ରେଣୀର ଲୋକେ ଏହି ମଦ ପିଇ ମାତାଲ୍ ହୋଇ ପରିବାରରେ ଅଶାନ୍ତିର କାରଣ ସାଜିଥିବା ଅଭିଯୋଗ ମଧ ହେଉଛି ।
ଅଞ୍ଚଳବାସୀଙ୍କ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ସାଙ୍କୁସବାଲି, ପାଟାମାହା ଓ ଡଲକିପଡିରେ ଅତର୍କିତ ଚଢ଼ାଉ କରିଥିଲେ ।
ଚଢ଼ାଉ ବେଳେ ତିନିଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ ହୋଇଥିବା ସୂଚନା ମିଳିଛି । ଏ ନେଇ ଭିନ୍ନ ଭିନ୍ନ ଚାରୋଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବାଲିଗୁଡ଼ା ପୋଲିସ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।