ହତ୍ୟା ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ପୋଲିସ ସିନରିକ୍ରିଏସନ କରି ଜବତ କଲା ହତ୍ୟା ରେ ବ୍ୟବହୃତ ମାରଣାସ୍ତ୍ର।
ମୋ ଟିଭି ଓଡିଶା / ପୁରୀ :
ପୁରୀଜିଲ୍କା ଗଡିଶାଗୋଦା ଥାନା ଦେଇପୁର ଗ୍ରାମରେ ଦିନ ଦ୍ୱିପ୍ରହର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା।ପୂର୍ବ ଶତୃତାକୁ କେନ୍ଦ୍ର କରି ଘଟିଥିଲା ଅଘଟଣ। ମାରଣାସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ଯୁବକ ଜଣଙ୍କ ଘରେ ଶୋଇଥିଲା ବେଳେ ଯୁବକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରି ହତ୍ୟା କରିଥିଲେ। ଦେଇପୁର ଗ୍ରାମର ସମୀର ପଲାଇକୁ ଉକ୍ତ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ସହିତ ତାଙ୍କ ପରିବାର ଲୋକେ ୮ଜଣ ମିଶି ଅତି ବିଭସ୍ଛ ଭାବରେ ମାରଣାସ୍ତ୍ର ରେ ହାଣି ହତ୍ୟା କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନାରୁ ଜଣାପଡିଥିଲା।
ଜୁନ ମାସ ୨ତାରିଖରେ ସମୀର ପଲାଇ ଘରେ ଶୋଇଥିଲା ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ମୂଖ୍ୟ ଅଭିଯୁକ୍ତ ଦିଲ୍ଲୀପ ସାମନ୍ତରାୟ ଏକ ମାରଣାସ୍ତ୍ରରେ ଅତି ବିଭତ୍ସ ଭାବରେ ହାଣି ପକାଇଥିଲା ପରେ ସେ ମାରଣାସ୍ତ୍ର କୁ ନାଳ ପାଣିରେ ପକାଇ ଫେରାର ଥିଲା। ହତ୍ୟାକାଣ୍ଡ ଘଟଣାରେ ମୃତକର ସ୍ତ୍ରୀ ଗଡିଶାଗୋଦା ଥାନାରେ ଗତ ୧୨.୫.୨୪ରିଖରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ଗଡିଶାଗୋଦା ଥାନା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଚୁପ ବସିଥିବାରୁ ପୋଲିସ ଭୂମିକା ଉପରେ ମୃତକର ପରିବାର ପକ୍ଷରୁ ସନ୍ଦେହ ଉପୁଜିଥିଲା। ଅଭିଯୁକ୍ତ ମାନ ଧରିବା ପାଇଁ ମୃତକ ର ପରିବାର ଲୋକେ ଗଡିଶାଗୋଦା ଥାନା ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ପରେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ମୂଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ମାନଙ୍କୁ ଗିରଫ କରିଥିଲା।
ଆଜି ପୋଲିସ ହତ୍ୟାକାଣ୍ଡ ରେ ଜଡ଼ିତ ମୂଖ୍ୟ ଅଭିଯୁକ୍ତ କୁ ରିମାଣ୍ଡରେ ଆଣିଥିଲା। ଅଭିଯୁକ୍ତ ଜଣଙ୍କ କିଭଳି ସମୀରକୁ ହତ୍ୟା କରି ହତ୍ୟା ରେ ବ୍ୟବହୃତ ମାରଣାସ୍ତ୍ର କୁ କେଉଁଠି ଫୋପାଡ଼ି ଥିଲା ସେହି ଯାଗା ନେଇ ଦେଖାଥିଲା। ପୋଲିସ ନାଳ ପାଣିରୁ ମାରଣାସ୍ତ୍ର ଜବତ କରିଛି ହତ୍ୟା ଅଭିଯୁକ୍ତ କୁ ଅଧିକ ପଚାରାଉଚରା କରୁଥିବା ଜଣାପଡିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।