ବାଲେଶ୍ୱର ଜିଲ୍ଲା ସୋର ଥାନା କଲେଜ ଛକ ନିକଟରୁ 36ଟି ଗୋରୁ ଉଦ୍ଧାର କରିଛି ପୋଲିସ l ଆଜି ଭୋର ସମୟରେ ସୋର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ଗୋରୁ ଗୁଡିକ ଜବତ କରିଥିଲା l

ଗାଡିଟି ଯାଜପୁର ରୁ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିଲା l ତେବେ ସୋର ପୋଲିସ ଗାଡିକୁ ଦେଖି ସନ୍ଦେହ ହୋଇଥିଲା l ତେଣୁ ପୋଲିସ ଜାତୀୟ ରାଜପଥରେ ଟ୍ରକଟିକୁ ପିଛା କରିଥିଲା l ପରେ ଗୋରୁ ଗାଡିର ଡ୍ରାଇଭର ପୋଲିସ ପିଛା କରୁଥିବା ଜାଣିପାରି ଗାଡି ଛାଡି ଉଭୟ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିଲେ l

ତେଣୁ ପୋଲିସ ଗାଡିରେ ଥିବା 36ଟି ଗୋରୁକୁ ମଇତାପୁର ଠାରେ ଥିବା ଗୋଶାଳା ଛାଡିଥିବା ବେଳେ ଗାଡିଟିକୁ ଜବତ କରିଛି l ତେବେ ଗୋମାଫିଆ ମାନେ ଅତି ନିର୍ମମ ଭାବେ ଏହି ଗୋରୁ ଗୁଡିକ ନେଉଥିଲେ l ତେବେ ଗୋ ମାଫିଆ ମାନେ ଏକ ବଡ଼ ଟ୍ରକରେ ଭର୍ତ୍ତି କରି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି l
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।