ମୋ ଟିଭି ଓଡିଶା / ଭୁବନେଶ୍ବର:
ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୁଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି।
ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ । ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ଅନ୍ୟ ପୁଲିସ ଷ୍ଟାଫ ମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।