January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରତିକ୍ରିୟାକୁ ନେଇ ରାଜନୀତି ସରଗରମ।

ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ କହିଛି ବିଜେଡି।ସାମ୍ବିଧାନିକ ପଦବୀର ଥାଇ ନିର୍ଦ୍ଧିଷ୍ଟ ଦଳ ପାଇଁ ଏଜେଣ୍ଟ ହେବା ଗଣତନ୍ତ୍ର ପାଇଁ ବିପଦ । ରଘୁବର ଦାସଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ଓଡ଼ିଶାର ରାଜ୍ୟପାଳ ନଥିଲେ ବିଜେପି ଦଳର ଏଜେଣ୍ଟ ଭାବେ ଆସିଥିଲେ । ଓଡ଼ିଶାରେ କେମିତି ଶାସନକୁ ବିଜେପିକୁ ଆଣିବେ ସେଥିପାଇଁ ଫେଞ୍ଚ ପାଞ୍ଚ ନୀତି ଆପଣାଇ ଥିଲେ । ନବୀନ ପଟ୍ଟନାୟକଙ୍କ ଭଳି ଲୋକ ପ୍ରିୟ ବ୍ୟକ୍ତିତ୍ଵକୁ ପରାହତ କରିବା ପାଇଁ କୁଟ କପଟ ନୀତି ଅବଲମ୍ବନ କରିଥିଲେ କାଲି ସ୍ପଟ୍ କରିଛନ୍ତି। ଗଣତନ୍ତ୍ର ପଦ ପାଇଁ ବିପଦ। କୌଣସି ସହଯୋଗ ଓଡ଼ିଶା ବାସୀ ପାଇଁ କରିନାହାନ୍ତି। ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କୁ ବନ୍ଦ କରିବା ଓ କେନ୍ଦ୍ରକୁ ଶ୍ରେୟ ଯିବ ସେଥିପାଇଁ କାର୍ଯ୍ୟ କରୁଥିଲେ।


ସେପଟେ ବିଜେଡି ଅଭିଯୋଗର ଜାବାବ ଦେଇଛି ବିଜେପି। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବ୍ୟକ୍ତି ଉପରେ ନିର୍ଭର କରେ ସେ ନିଜକୁ ଲାଟସାହେବ କି ସେବକ ଭାବୁଛି । ପୂର୍ବତନ ରାଜ୍ୟପାଳ ରଘୁବାର ଦାସ ଜିଲ୍ଲା ବୁଲି ଲୋକଙ୍କ ପାଖକୁ ଯାଉଥିଲେ । ରଘୁବର ଜଣେ ଦରଦୀ ରାଜ୍ୟପାଳ ଥିଲେ । ଜନ ପ୍ରତିନିଧି ହୁଅନ୍ତୁ କି ସାମ୍ଭିଧାନିକ ପଦ ପଦବୀରେ ରୁହନ୍ତୁ ସମସ୍ତଙ୍କ ଆଚରଣ ସେବକ ଭଳି ହେବା ଦରକାର । କାରଣ ଗଣତନ୍ତ୍ରରେ ପ୍ରକୃତ ଭିଆଇପି ହେଉଛନ୍ତି ଜନତା । ଯିଏ ସେବା ଦିଏ ସେ ସେବକ । ରଘୁବର ଦାସ ପୂର୍ବରୁ ବିଜେପି ଦଳରେ ଥିଲେ, ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେଡି ନେତା କିଛି କହିବା ପୂର୍ବରୁ ଯଦି ପଢାପଢି କରନ୍ତେ ତାଙ୍କର ବି ମଙ୍ଗଳ ହୁଅନ୍ତା ରାଜନୀତିର ବି ମଙ୍ଗଳ ହୁଅନ୍ତା ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news