MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ର ୧୦୨ ବୁଥକୁ ପହଞ୍ଚିଲେ ପୋଲିଂ କର୍ମଚାରୀ।

ମୋଟିଭି ଓଡିଶା : କଳାହାଣ୍ଡି:୧୨/୦୫ : ଗଣତନ୍ତ୍ରର ସାମ୍ବାଧାନିକ ଅଧିକାରର ପର୍ଵ ମତଦାନ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୭ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେଉଥିବା ବେଳେ କୋକସରା ବ୍ଲକର ୨୨ ପଞ୍ଚାୟତର ୧୦୨ ମତଦାନ କେନ୍ଦ୍ରକୁ ରବିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ପୋଲିଂ କର୍ମଚାରୀ ପହଞ୍ଚି ଥିବା ଜଣାପଡିଛି। କୋକସରା ବ୍ଲକରେ ୯୧ ହଜାର ୩୭୬ ମତଦାତା ନିଜର ମତଦାନ କରିବେ।

ବ୍ଲକ ପ୍ରଶାସନ ପକ୍ଷରୁ ୧୪ ଗୋଟି ସେକ୍ଟର ଅଧିକାରୀଙ୍କୁ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣର ସମସ୍ତ ବ୍ୟବସ୍ଥା ପାଇଁ ଦାୟିତ୍ୱ ପ୍ରଶାସନ ପକ୍ଷରୁ ଦିଆଯାଇଛି। କୋକସରା ବ୍ଲକରେ ୨ ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର କୂଟରୁ ଓ ବିରିମୁହାଣ ସହ ୭ ଟି ଆଦର୍ଶ ମତଦାନ କେନ୍ଦ୍ର ଟେମରା, ଗୋତମୁଣ୍ଡା, ସାନ ପୋଡ଼ାଗୁଡା, ଘଣ୍ଟିଗୁଡା, ଭଳିଆଜୋର, ଚିକିଲି, ଲଡୁଗାଁ, ୪ ଟି ସଖୀ ମତଦାନ କେନ୍ଦ୍ର କୋକସରା ଓ ଆମପାଣି , ଯୁବା ମତଦାନ କେନ୍ଦ୍ର ଲଡୁଗାଁ ଠାରେ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ପୋଲିସ ଫୋର୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।