MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମ୍ଭାବ୍ୟ ବାତ୍ୟା ନଆସୁଣୁ ବଜାରରୁ ଆଳୁ ଉଭାନ

ସୋର : ୨୩/୧୦

ସମ୍ଭାବ୍ୟ ବାତ୍ୟା ନଆସୁଣୁ ବଜାରରୁ ଆଳୁ ଉଭାନ ହୋଇଗଲାଣି। ଆଉ ଯେଉଁଠି ବି ମିଳୁଛି ତାର ଦର ଗତ କାଲିଠାରୁ ଆଜି ଭିତରେ ପ୍ରାୟ ୪୫ ପ୍ରତିଶତ ବଢିଯାଇଛି। ଏଭଳି ସ୍ଥିତିରେ ସୋର ସହରରେ ଆଳୁର ସଂକଟକୁ ଲୋକେ ହୃଦୟଙ୍ଗମ କରୁଛନ୍ତି। ସବୁ ପରିବା ଠାରୁ ଲୋକେ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିବା ପରିବା ହେଉଛି ଆଳୁ। ଅନ୍ୟ ସମସ୍ତ ପରିବାର ଦାମ ୬୦ ଟଙ୍କା ଉପରକୁ ଥିବା ହେଲେ ଆଳୁର ଦାମ ଦୁଇଦିନ ତଳେ ୩୫ ଟଙ୍କା ଥିଲା। ଗତକାଲି ରାତିରେ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ସକାଳୁ ବଡ ଆଳୁ ୫୦ ଟଙ୍କା ଓ ଛୋଟ ଆଳୁ ୩୫ ଟଙ୍କାରେ ବିକ୍ରି ହେଉଛି। କେବଳ ଆଳୁ ନୁହେଁ ସମସ୍ତ ପରିବାର ଦାମ ବଢିଛି। ତେବେ ବାତ୍ୟା ପୂର୍ବରୁ ଆଳୁ ଗୋଦାମ ମାଲିକ ମାନେ ଆଳୁକୁ ବଜାରକୁ ନଛାଡିବାରୁ ଦର ବୃଦ୍ଧି ହେଉଥିବା ବେଳେ ଅସାଧୁ ବ୍ୟବସାୟୀ ମାନେ ଲୋକମାନଙ୍କୁ ଠକୁ ଥିବା ଅଭିଯୋଗ ହେଉଛି ଏନେଇ ଯୋଗାଣ ଅଧିକାରୀ ନିରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ କହିଥିଲେ।ଅସାଧୁ କଳା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଆଳୁ ଗଛିତ ରଖି ମାର୍କେଟ କୁ ନଛାଡି ଗୋଦାମରେ ଗଛିତ ରଖିଲେ ଗୋଦାମ ସିଲ ହେବା ସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ କହିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।