MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣଙ୍କ ଆଶିର୍ବାଦ କାମନା କରୁଛି । ପ୍ରଦୀପ କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତିଉତ୍ତର ଦେଇଛି ।

ଅନେକକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତିଉତ୍ତର ଦିଅନ୍ତି ନାହିଁ । ମୁଁ ନିଜେ ହିଁ ସବୁର ଉତ୍ତର ଦିଏ । ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ । ଏଥିପାଇଁ କେ୍ତେକ ପ୍ରସଙ୍ଗରେ ପ୍ରତିଉତ୍ତର ଦେଇପାରିନାହିଁ । ଏଥିପାଇଁ ମୋତେ କ୍ଷମା କରିବେ ବୋଲି କହିଛନ୍ତି । ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାକୁ ଥିବା ମନୋଜ ଆହୁଜା ଆଜି ଓଡିଶା ଆସିବାର ସମ୍ଭାବନା ଅଛି । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।