January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଇଭିଏମ ଭାଙ୍ଗିବା ଘଟଣା ପ୍ରଶାନ୍ତ ଜଗଦ୍ଦେବ ନିର୍ଦୋଷ,ପ୍ରତିବାଦରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ।

ମୋଟିଭି ଓଡିଶା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ ଭଗାଂ ଘଟଣାରେ ଗିରଫ ଓ କୋର୍ଟ ଚାଲାଣା ଶାସକ ଦଳର ଚାପରେ ପୋଲିସର ପକ୍ଷପାତିତା ବିରୋଧରେ ବିଜେପି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଭୋଟ ଦେବାବେଳେ ଇଭିଏମ ଭାଙ୍ଗିବା ଘଟଣା ଏକ ଚକ୍ରାନ୍ତ ଏବଂ ଉଦେଶ୍ୟ ପ୍ରଣୋଦିତ। ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ପୋଲିସ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ କୋର୍ଟ ଚାଲାଣ କରିଛି। ୨୫ତାରିଖରେ ବିଜେପି ବିଧାୟକ ପ୍ରାର୍ଥୀ ବୋଲଗଡ କାଉଁରୀପାଟଣା ବୁଥରେ ଭୋଟ ଦେଉଥିବା ବେଳେ କେତେକ ବିଶୃଙ୍ଖଳିତ ଯୁବକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗାଳିଗୁଲଜ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ ବୁଥ ଭିତରେ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ବେଳେ ବୁଥ ଭିତରେ ଥିବା ବିଶୃଙ୍ଖଳିତ ଯୁବକ ମାନଙ୍କ ମଧ୍ୟରୁ ଜଣେ ପୂର୍ବ ପ୍ରସ୍ତୁତି ଅନୁସାରେ ଉଦେଶ୍ୟ ମୂଳକ ଭାବେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଉଦିଷ୍ଟ ଇଭିଏମ ମେସିନ ଟିକୁ ଗୋଇଠା ମାରି ଗଡ଼ାଇ ଦେଇଥିବାର ଗ୍ରାମବାସୀ କହିଥିଲେ। ଘଟଣା ଦିନର ସମସ୍ତ ଭିଡିଓ ଫୁଟେଜ ସିସିଟିଭିରେ ରେକର୍ଡ ରହିଛି। ପୋଲିସ ଏସଡିପିଓ ସରକାରଙ୍କ ଦଲାଲ ସାଜି ଦିଲୀପ ଦାଶ ଉଦ୍ଦେଶ୍ୟ ମୂଳକ ଭାବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଠାଇ ଆଣି ରାତି ଅଧରେ କୋର୍ଟ ଚାଲାଣ କରିଅଛି। ପୋଲିସ ବିଧାୟକ ପ୍ରାର୍ଥୀଙ୍କୁ ଦିନ ୪ଟା ବେଳେ ଉଠାଇଥିଲା ବେଳେ ବୁଥର ପ୍ରିଜାଇଡିଂ ଅଫିସର ସଂନ୍ଧ୍ୟା ୬ଟା ପରେ ଲିଖିତ ଅଭିଯୋଗ କରିଛନ୍ତି ଯାହାକି ଉଦ୍ଦେଶ୍ୟ ମୂଳ ବୋଲି ଜଣାପଡିଛି।ବିଜେପି ବିଧାୟକ ପ୍ରାର୍ଥୀ ନିର୍ଦ୍ଦୋଶ, ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ, ସିସିଟିଭି ସାର୍ବଜନୀନ କରାଯାଉ ଏବଂ ଦଲା ଏସଡିପିଓ ଦିଲ୍ଲୀପ ଦାଶଙ୍କୁ ବହିଷ୍କୃତ କରିବାକୁ ଦାବି କରିଛି ଜିଲ୍ଲା ବିଜେପି।

ବିଜେଡି ଦଳର ଗୁଣ୍ଡାମାନେ ଇଭିଏମ ମେସିନ ଭାଗିଂଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି ଗତକାଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା। ପ୍ରତିବାଦରେ ଆଜି ଖୋର୍ଦ୍ଧା ବିଜେପି ପକ୍ଷରୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଇଛି। ୨୪ଘଣ୍ଟା ମଧ୍ୟରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ନ ଛାଡିଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ସାରା ଜିଲ୍ଲାରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗ୍ରାମପଞ୍ଚାୟତରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Latest news