ଜନସ୍ୱରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୋଲିସ । ଅନଶନ ସ୍ଥଳରୁ ଉଠାଇନେଇ ଗିରଫ କରାଯାଇଛି । ପାଟନା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ସେ ଗାନ୍ଧୀ ମଇଦାନରେ ବାପୁ ମୂର୍ତ୍ତି ତଳେ ଆମରଣ ଅନଶନରେ ବସିଥିଲେ। ଆଜି ସକାଳ ପ୍ରାୟ ୪ଟା ସମୟରେ ପୋଲିସ ପ୍ରଶାନ୍ତ କିଶୋରଙ୍କ ସହ କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରିଛି । ପ୍ରତିବାଦ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଗର୍ଦନିବାଗକୁ ଯିବା ପାଇଁ ନୋଟିସ ଜାରି କରାଯାଇଥିଲା, ସୀମିତ ଅଞ୍ଚଳରେ ବେଆଇନ ବିରୋଧ ଯୋଗୁଁ ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନରେ ଏକ ଏଫଆଇଆର କରାଯାଇଥିଲା। ଏହା ମଧ୍ୟ କୁହାଯାଇଥିଲା, ବାରମ୍ବାର ଅନୁରୋଧ ଏବଂ ପର୍ୟ୍ୟାପ୍ତ ସମୟ ସତ୍ତ୍ୱେ ସାଇଟ ଖାଲି ହୋଇନଥିଲା। ତେଣୁ ଆଜି ତାଙ୍କୁ କେତେଜଣ ସମର୍ଥକଙ୍କ ସହ ଗିରଫ କରାଯାଇଛି।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।